Thursday, August 6, 2026
25.6 C
Odisha

    ଜଗା ଦର୍ଶନ ପାଇଁ ଲମ୍ବା ଲାଇନ୍, ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି

    ଆଗକୁ ପଢନ୍ତୁ

    ପୁରୀ: ଜଗା ଦର୍ଶନ ପାଇଁ ଲମ୍ବା ଲାଇନ୍। ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭିଡ଼ ଏତେ ଥିଲା ଯେ ସିଂହଦ୍ୱାର ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଇନ ଲାଗିଛି । ଭକ୍ତମାନେ ଦୀର୍ଘ ସମୟ ଧରି ଧାଡିରେ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି ।

    ସୂଚନାଯୋଗ, ୩ ଦିନ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି । ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ମଧ୍ୟାହ୍ନ ୧୨ଟା ୦୯ ରୁ ଦିନ ଗୋଟାଏ ୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି । ଏହି ପ୍ରକ୍ରିୟାର ଭିଡ଼ିଓଗ୍ରାଫି,ଫଟୋଗ୍ରାଫି ଓ 3D ମ୍ୟାପିଂ କରାଯିବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ । ୧୯୭୮ ମସିହାର ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ସହ ଏହାର ମେଳ କରାଯିବ । ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିନ୍ଦୁକରେ ରଖାଯିବ । ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.6 ° C
    25.6 °
    25.6 °
    92 %
    1kmh
    100 %
    Thu
    26 °
    Fri
    27 °
    Sat
    28 °
    Sun
    29 °
    Mon
    31 °

    ସମ୍ବନ୍ଧିତ