Tuesday, August 18, 2026
23.9 C
Odisha

    ଅବପାତରେ ପରିଣତ ହେଲା ଲଘୁଚାପ, ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଦୁଇ ଦିନ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ ଅବପାତ ରହିଥିବା ବେଳେ ଝାଡ଼ଖଣ୍ଡ ଆଡକୁ ଗତି କରୁଛି । ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା । ଭାଷଣ ବର୍ଷା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଏବଂ ବଲାଙ୍ଗୀର, ସୋନପୁର,ସମ୍ବଲପୁର,ଦେବଗଡ଼,କେଉଁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ୨୨ ତାରିଖ ଯାଏଁ ବର୍ଷା ଲାଗି ରହିବ ।

    ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ୪୫ରୁ ୫୫ କି.ମି ପବନ ସର୍ବାଧିକ ୬୫ କି.ମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଆସନ୍ତା ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଜୁନ ୧ରୁ ଏଯାବତ ୯୭୪.୭ ମିମି ବର୍ଷା ହୋଇଛି । ସ୍ୱାଭାବିକ ବର୍ଷାଠାରୁ ୨୮ ପ୍ରତିଶତ ଅଧିକ ବର୍ଷା ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଛି । ୨୫ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।ବାଲେଶ୍ବର ଭୋଗରାଇରେ ସର୍ବାଧିକ ୨୧୭.୦ମିମି ବର୍ଷା ରେକର୍ଡ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    95 %
    2.9kmh
    100 %
    Tue
    24 °
    Wed
    28 °
    Thu
    26 °
    Fri
    28 °
    Sat
    30 °

    ସମ୍ବନ୍ଧିତ