Tuesday, September 29, 2026
23.2 C
Odisha

    ଅମାନିଆ ବାଇକ ଚାଳକଙ୍କୁ ପାନେ, ଶବ୍ଦ ପ୍ରଦୂଷଣ କରୁଥିବା ୩୧ଟି ଗାଡିର ସାଇଲେନସର ନଷ୍ଟ

    ଆଗକୁ ପଢନ୍ତୁ

    ନବରଙ୍ଗପୁର : ଅମାନିଆ ବାଇକ ଚାଳକଙ୍କୁ ପାନେ । ଶବ୍ଦ ପ୍ରଦୂଷଣ କରୁଥିବା ୩୧ଟି ଗାଡିର ସାଇଲେନସର ନଷ୍ଟ । ରୋଲର ଚଢାଇ ନଷ୍ଟ କଲା ନବରଙ୍ଗପୁର ଟାଉନ ଥାନା ପୋଲିସ । ଜିଲ୍ଲାରେ ଅମାନିଆ ମଟରସାଇକେଲ ଚାଳକ ଏବଂ ଶବ୍ଦ ପ୍ରଦୂଷଣକୁ ଅନେକ ଅଭିଯୋଗ ଆସିବା ପରେ ଏସ୍ପିଙ୍କ ପଦକ୍ଷେପ । ବିଶେଷକରି ଛାତ୍ରୀଛାତ୍ର, ବୃଦ୍ଧବ୍ୟକ୍ତି ଓ ରୋଗୀମାନେ ଏହି ଶବ୍ଦ ପ୍ରଦୂଷଣ ଯୋଗୁଁ ଅଧିକ ପ୍ରଭାବିତ ହେଉଥିଲେ । କମ୍ପାନୀ ପକ୍ଷରୁ ଲଗାଯାଇଥିବା ଅସଲି ସାଇଲେନ୍ସର ବଦଳରେ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ଲଗାଇଥିଲେ ଉକ୍ତ ୩୧ ବାଇକ ଚାଳକ । ସେହିଭଳି ମଦ୍ୟପାନ କରି ଗାଡି ଚଲାଉଥିବା ବେଳେ ୨୦ଟି ଗାଡି ଜବତ କରିଛି ନବରଙ୍ଗପୁର ଥାନା ପୋଲିସ । ଗୋଟିଏ ମଟର ସାଇକଲ ବାବଦକୁ ୧୦ ହଜାର ଟଙ୍କା ଲେଖାଏଁ ଫାଇନ ପକାଯାଇଛି । କୋର୍ଟର ନିର୍ଦ୍ଦେଶ ଆଣିବା ପରେ ଗାଡି ଗୁଡିକ ଛଡ଼ା ଯାଉଛି ବୋଲି କହିଛନ୍ତି ଥାନା ଅଧିକାରୀ ସମ୍ବିତ ବେହେରା ।

    ଶବ୍ଦ ପ୍ରଦୂଷଣ ରୋକିବା ଏବଂ ସଡ଼କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସ ଡି ପିଓ କୃଷ୍ଣ ଚନ୍ଦ୍ର ଭତ୍ରା ଓ ଥାନା ଅଧିକାରୀ ସମ୍ବିତ କୁମାର ବେହେରା ସୂଚନା ଦେଇଛି। ନିୟମ ମାନି ଯାନବାହନ ଚଳାଇବା ଏବଂ କମ୍ପାନୀ ନିର୍ଦ୍ଧାରିତ ଉପକରଣ ବ୍ୟବହାର କରିବା ଦ୍ୱାରା ଏକ ସୁସ୍ଥ ଓ ଶାନ୍ତ ପରିବେଶ ଗଢ଼ି ତୋଳିବା ସମ୍ଭବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ