Thursday, July 9, 2026
28.6 C
Odisha

    ରଥଖଳାରେ ବିବାଦ, ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ

    ଆଗକୁ ପଢନ୍ତୁ

    ପୁରୀ: ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ । ରଥ ନିର୍ମାଣ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ । ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ । ଚିରଟ କାଠ , ଖେ଼ଇକୁ ନେଇ ବିବାଦ ଦେଖାଦେଇଛି । ମହାପ୍ରଭୁଙ୍କ ରଥ କାଠରୁ ବାହାରୁଥିବା ଗୁଣ୍ଡ କାଠକୁ ଖେଇ ହିସାବରେ ମହାରଣା ସେବକ ମାନେ ନେଇଥାନ୍ତି l କିନ୍ତୁ ଆଜି ଏହି କଟିଙ୍ଗ କାଠକୁ ନେଇ ବିବାଦ ଦେଖିବାକୁ ମିଳିଛି l ପ୍ରତ୍ୟେକ ଦିନ ସକାଳ ୮ ଟା ରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ । ଆଜି ୫୮ ଦିନରେ କାର୍ଯ୍ୟ ଏଯାବତ୍ ଆରମ୍ଭ ହୋଇନାହିଁ । ଜିଦରେ ରହିଛନ୍ତି ତିନି ରଥର ମୁଖ୍ୟ ମହାରଣା ।

    ତେବେ ସମାଧାନ ନହେବା ଯାଏଁ କାମ ଆରମ୍ଭ ନକରିବାକୁ ଚେତାବନୀ ଦେଇଛନ୍ତି । ମହାରଣାଙ୍କ କହିବା ମୁତାବକ ସ୍ଵତ୍ଵଲିପି ଅନୁଯାୟୀ ସେମାନେ ୪ ଫୁଟରୁ କମ୍ ବଳକା କାଠ ସେମାନେ ଖେଈ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି । କିନ୍ତୁ ଚିରଟ କାଠରେ ,ଯେ କୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ଦେଖାଦେଇଛି ବିବାଦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.6 ° C
    28.6 °
    28.6 °
    80 %
    2.3kmh
    100 %
    Thu
    27 °
    Fri
    26 °
    Sat
    23 °
    Sun
    29 °
    Mon
    26 °

    ସମ୍ବନ୍ଧିତ