Monday, September 28, 2026
23.6 C
Odisha

    ଅମିତ ଶାହାଙ୍କୁ ମୁହଁତୋଡ ଜବାବ ଦେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କେରଳ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦାବି ଉପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୱାୟନାଡ ଭୂସ୍ଖଳନ ଘଟଣା ପୂର୍ବରୁ କୌଣସି ରେଡ୍‌ ଆଲର୍ଟ ଜାରି କରାଯାଇ ନ ଥିଲା। ଘଟଣାର କିଛି ଘଣ୍ଟା ପରେ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ଅଭିଯୋଗ ଏବଂ ପ୍ରତିଅଭିଯୋଗର ଏହା ସମୟ ନୁହେଁ ବୋଲି ସେ କହିଛନ୍ତି। ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ବୁଧବାର ଲୋକ ସଭାରେ କହିଛନ୍ତି,ବିପର୍ଯ୍ୟୟର ସମ୍ଭାବନାକୁ ଦୃଷ୍ଟିରେ ରଖି କେରଳ ସରକାରଙ୍କୁ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ବିପର୍ଯ୍ୟୟ ପୂର୍ବରୁ ଜାରି କରାଯାଇଥିବା ଚେତାବନୀକୁ ଅଧିକାଂଶ ରାଜ୍ୟ ଧ୍ୟାନ ଦିଅନ୍ତି, କିନ୍ତୁ ବିପର୍ଯ୍ୟୟ ସମ୍ପର୍କରେ ଜାରି ସତର୍କତାକୁ କେରଳ ସରକାର ଅଣଦେଖା କରିଛନ୍ତି। କେରଳର ମୁଖ୍ୟମନ୍ତ୍ରୀ କହିଛନ୍ତି, ୱାୟନାଡରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ଏକ ଯନ୍ତ୍ରଣାଦାୟକ ବିପର୍ଯ୍ୟୟ। ଏପର୍ଯ୍ୟନ୍ତ ୧୪୪ଟି ମୃତଦେହ ଉଦ୍ଧାର କରାଯାଇଛି, ସେଥିମଧ୍ୟରୁ ୭୯ ଜଣ ପୁରୁଷ ଏବଂ ୬୪ ଜଣ ମହିଳା। ୧୯୧ ଲୋକ ନିଖୋଜ ଅଛନ୍ତି। ବିପର୍ଯ୍ୟୟ କ୍ଷେତ୍ରରୁ ଯଥାସମ୍ଭବ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଉଛି ଏବଂ ଉଦ୍ଧାର ହୋଇଥିବା ଲୋକଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ