Sunday, October 25, 2026
21.5 C
Odisha

    ବିପର୍ଯ୍ଯୟ ମୁକାବିଲା ପାଇଁ ରାଜ୍ୟସଭାରେ ନବୀନଙ୍କୁ ଅମିତ ଶାହଙ୍କ ପ୍ରଶଂସା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା । ବିପର୍ଯ୍ଯୟ ମୁକାବିଲାରେ ନବୀନଙ୍କ ନୀତିକୁ ରାଜ୍ଯସଭାରେ ପ୍ରଶଂସା କରିଛନ୍ତି ଅମିତ ଶାହ । ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତିରେ ନବୀନଙ୍କୁ ପ୍ରଶଂସା କରିଛନ୍ତି। ବିପର୍ଯ୍ଯୟର ୭ ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା । ରାଜ୍ଯ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ମିଳିଥିଲା ସଫଳତା । ମାତ୍ର ଗୋଟିଏ ଲୋକର ମୃତ୍ଯୁ ହୋଇଥିଲା । ଭୁଲରେ ବ୍ଯକ୍ତିଜଣଙ୍କ ମୃତ୍ଯୁବରଣ କରିଥିଲେ। ସଂସଦରେ ନବୀନଙ୍କ ଜିରୋ କାଜୁଆଲଟିକୁ ଶାହଙ୍କ ପ୍ରଶଂସା କରଛନ୍ତି ଅମିତ ଶାହ ।
    ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିରୋଧୀ ଦଳ ଆଗୁଆ ସୂଚନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ଉକ୍ତ ପ୍ରସଙ୍ଗରେ ନବୀନଙ୍କ ବିପର୍ଯ୍ୟୟ ନୀତିକୁ ଅମିତ ଶାହା ରାଜ୍ୟସଭାରେ ପ୍ରଶଂସା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶା ୧ନଂ ରାଜ୍ୟ। ବିପର୍ଯ୍ୟୟର ୭ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା। ରାଜ୍ୟସରକାରଙ୍କ ଆଗୁଆ ପଦକ୍ଷେ ଯୋଗୁ ମିଳିଥିଲା ସଫଳତା। ବିପର୍ଯ୍ୟୟ ସମୟରେ ମାତ୍ର ଗୋଟିଏ ଲୋକଙ୍କ ମୃତ୍ୟୁ ହୋଇଥିଲା। ଭୁଲରେ ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥିବା ନେଇ ରାଜ୍ୟସଭାରେ ଉତ୍ତର ରଖିଥିଲେ ଅମିତ ଶାହା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    69 %
    1.7kmh
    0 %
    Sun
    21 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ