Friday, January 24, 2025
31 C
Odisha

    ଅମୃତଭଣ୍ଡାର ଉପକାରିତା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଚାଲିଛି ଶୀତ ଋତୁ । ଏହି ଋତୁରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଯେମିତିକି ଥଣ୍ଡା, ଜ୍ବର, କାଶ ଠାରୁ ଆରମ୍ଭ କରି ଅନ୍ୟନ୍ୟା ସମସ୍ୟା ଦେଖାଦେଇଥାଏ । ହେଲେ ବର୍ତ୍ତମାନ ସମୟରେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣା ବେସ୍ ବଢ଼ି ଚାଲିଛି । ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ପନିପରିବା ମିଳେ ସେଥିମଧ୍ୟରୁ ଅମୃତଭଣ୍ଡା ଅନ୍ୟତମ । ଯଦି ଆପଣ ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ନିଜ ଖାଦ୍ୟରେ କଞ୍ଚା ଅମୃତଭଣ୍ଡାକୁ ସାମିଲ୍ କରନ୍ତୁ । ଏହି ଅମୃତଭଣ୍ଡାରେ ଭଲ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଫଳରେ କେଉଁ ସମସ୍ୟା ଦୂର ହୋଇଥାଏ ।

    ବୋନ୍ ହେଲ୍ଥରେ ଉନ୍ନତି : କଞ୍ଚା ଅମୃତଭଣ୍ଡା ଆପଣଙ୍କ ମାଂସପେଶୀ ଏବଂ ବୋନ୍ ହେଲ୍ଥରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇପାରେ । ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣ ଗଣ୍ଠୀ ଯନ୍ତ୍ରଣାରୁ ବହୁ ପରିମାଣରେ ଆରାମ ପାଇପାରିବେ । ଏହା ସହ ଆପଣଙ୍କ ହାଡକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତିଶାଳୀ ରଖିବାରେ ପ୍ରଭାବଶାଳୀ ହୋଇପାରେ ।

    ଓଜନ ନିୟନ୍ତ୍ରଣ : ହାଡକୁ ମଜବୁତ କରିବା ସହ କଞ୍ଚା ଅମୃତଭଣ୍ଡା ଓଜନକୁ ମଧ୍ୟ କମ୍ କରିପାରିବ । ଯଦି ଆପଣ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ତେବେ କମ୍ କ୍ୟାଲୋରୀ ଯୁକ୍ତ କଞ୍ଚା ଅମୃତଭଣ୍ଡାକୁ ଆପଣଙ୍କ ଡାଏଟରେ ମଧ୍ୟ ସାମିଲ କରିପାରିବେ । କେବଳ ଏତିକି ନୁହେଁ, ଡାଇବେଟିସ ରୋଗୀଙ୍କୁ କଞ୍ଚା ଅମୃତଭଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

    ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ : କଞ୍ଚା ଅମୃତଭଣ୍ଡାରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇପାରେ । ଏଥି ସହ ପେଟ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ ମଧ୍ୟ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ । ଏହା ସହ ଅମୃତଭଣ୍ଡା ଖାଲି ସ୍ୱାସ୍ଥ୍ୟରେ ଉନ୍ନତି ଆଣିନଥାଏ ବରଂ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଆପଣଙ୍କୁ କହିରଖୁଛୁ ଯେ ସବୁଦିନ ଆପଣ କଞ୍ଚା ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ ଦେଖିବେ ଆପଣଙ୍କର ଅନେକ ସମସ୍ୟା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31 ° C
    31 °
    31 °
    18 %
    1.7kmh
    13 %
    Fri
    32 °
    Sat
    32 °
    Sun
    31 °
    Mon
    32 °
    Tue
    33 °

    ସମ୍ବନ୍ଧିତ