Friday, October 2, 2026
24.8 C
Odisha

    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ ଆଖିର ସ୍କାନ) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏନେଇ ଖାଉଟି ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଫଳରେ କଳାବଜାରୀ ଓ ଭୂତ ଗ୍ରାହକଙ୍କୁ ଚିହ୍ନଟ କରାଯାଇପାରିବ। ଅନ୍ୟପକ୍ଷରେ ଗ୍ୟାସ୍‌ ସିଲିଣ୍ଡର ଯୋଗାଣ ଚାପ ହ୍ରାସ କରିବା ଲାଗି ପିଏନ୍‌ଜି ଗ୍ୟାସ୍‌ ଯୋଗାଣ ନିମନ୍ତେ ପାଇପ୍‌ ଲାଇନ ସଂଯୋଗ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ଏବଂ ଯଥାଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ତୈଳ ଓ ଗ୍ୟାସ୍ କମ୍ପାନୀ ଗୁଡ଼ିକୁ ସହଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଏଲ୍‌ପିଜି ଓ ପେଟ୍ରୋଲିୟମ୍‌ଜାତ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି।

    ପିଏନ୍‌ଜି ସଂ‌ଯୋଗ କାର୍ଯ୍ୟ ତ୍ବରାନ୍ବିତ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଆଗାମୀ ରଥଯାତ୍ରାକୁ ନଜରରେ ରଖି ପୁରୀ ସହରରେ ପିଏନ୍‌ଜି ସଂଯୋଗକୁ ପ୍ରାଧାନ୍ୟ ଦେବାକୁ ନି‌େ‌ର୍ଦଶ ଦିଆଯାଇଛି। ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି, ପାଇପ ଲାଇନ ଯୋଗେ ସହରର ବିଭିନ୍ନ ଗୃହ, ଶିଳ୍ପାଞ୍ଚଳ ଓ ପ୍ରତିଷ୍ଠାନକୁ ବାଣିଜ୍ୟିକ ସିଟି ଗ୍ୟାସ୍‌ ବିତରଣ(ସିଜିଡି) ବ୍ୟବସ୍ଥା ସୁଦୃଢ଼ କରିବା ପ୍ରକ୍ରିୟା ଜାରି ରହିଛି। ଜନସାଧାରଣ ଆଦୌ ଭୟଭୀତ ହେବା ଆବଶ୍ୟକତା ନାହିଁ। ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି।

    ବୈଠକରେ ତୈଳ ଓ ଗ୍ୟାସ୍ କମ୍ପାନୀ ଅଧିକାରୀମାନେ ସେମାନେ ପ୍ରତିଦିନ କେତେ ଗ୍ୟାସ୍ ମହଜୁଦ ଅଛି ସେ ବିଷୟରେ ଯୋଗାଣ ବିଭାଗକୁ ତଥ୍ୟ ଦେଉଥିବା କହିଥିଲେ। ପାଞ୍ଚ ଦିନର ଗ୍ୟାସ୍‌ ମହଜୁଦ ରହୁଛି। ବିଦ୍ୟାଳୟ, ଅଙ୍ଗନବାଡ଼ି, ଆହାର କେନ୍ଦ୍ର ଓ ଡାକ୍ତରଖାନା ପରି ସରକାରୀ ଅନୁଷ୍ଠାନଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଗ୍ୟାସ୍‌ ଯୋଗାଇ ଦିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ