Friday, June 19, 2026
37 C
Odisha

    ଅମ୍ବେନାଲୀ ଘାଟିରେ ଗଭୀର ଖାଇକୁ ଖସିଲା ସ୍କର୍ପିଓ, ୮ ମୃତ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ର ମହାବଳେଶ୍ବର ଏବଂ ପୋଲାଦପୁର ମଧ୍ୟରେ ଥିବା ଅମ୍ବେନାଲୀ ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା । କୋଙ୍କଣ ବୁଲି ଫେରୁଥିବା ଏକ ପର୍ଯ୍ୟଟକ ଭର୍ତ୍ତି ସ୍କର୍ପିଓ ଗାଡ଼ି ଅନିୟନ୍ତ୍ରିତ ହୋଇ ପ୍ରାୟ ୭୦୦ ଫୁଟ ତଳକୁ ଖସିପଡିଥିଲା । ଏହି ଘଟଣାରେ ୮ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

    ଖବର ମୁତାବକ, ରବିବାର ବିଳମ୍ବିତ ରାତିରେ ଦାବେଲୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୨.୪୫ ମିନିଟରେ କୋଙ୍କଣରୁ ବୁଲି ଫେରୁଥିବା ପର୍ଯ୍ୟଟକଙ୍କ ଗାଡ଼ି ଅମ୍ବେନାଲୀ ନିକଟରେ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ପର୍ଯ୍ୟଟକ ଭର୍ତ୍ତି ସ୍କର୍ପିଓ ଗାଡ଼ି ଅନିୟନ୍ତ୍ରିତ ହୋଇ ପ୍ରାୟ ୭୦୦ ଫୁଟ ତଳକୁ ଖସିପଡିଥିଲା । ଏଥିରେ ୮ ଜଣ ପର୍ଯ୍ୟଟକ ରହିଥିଲେ ।

    ଘଟଣା ବିଷୟରେ ସୂଚନା ପାଇଁ ପୋଲାଦପୁର ପୋଲିସ ପ୍ରଶାସନ, ମହାବଳେଶ୍ବର ଟ୍ରେକର୍ସ, ପ୍ରତାପଗଢ ରେସକ୍ୟୁ ଟିମ୍, ଆପଦା ମିତ୍ର ଏବଂ ସ୍ଥାନୀୟ ଗ୍ରାମୀଣ ତୁରନ୍ତ ଯାଇ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଖାଇ ଅତ୍ୟଧିକ ଗଭୀର ଏବଂ ଦୁର୍ଗମ ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।

    ତେବେ ଅମ୍ବେନାଲୀ ଘାଟ ବହୁତ ବିପଦପୂର୍ଣ୍ଣ ଅଞ୍ଚଳ । ୨୦୧୮ରେ ଦାପେଲୀ କ୍ଷି ବିଶ୍ବବିଦ୍ୟାଳୟର ଏକ ବସ୍ ଖାଇରେ ଖସିପଡିବା ଯୋଗୁଁ ଅନେକ ଜୀବନ ଚାଲିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ