Monday, October 19, 2026
23.2 C
Odisha

    ୯ଦିନରେ ୩ ଏନକାଉଣ୍ଟର ; ମଙ୍ଗଳାକୁ ହାଣିଲେ,ଗୁଳି ଖାଇ ଜଗା ଆଇସିୟୁରେ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁଁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇପଡିଥିଲା। ଏପରିକି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।

    ଗତ ୨୪ ତାରିଖ ଅର୍ଥାତ ରବିବାର ରାତ୍ର ବଡବ୍ଜ଼ାର ଥାନା ଅଞ୍ଚଳର ମଙ୍ଗଳା ବେହେରାଙ୍କୁ ବିଚ ରାସ୍ତାରେ ଅପରାଧୀ ଗୋଷ୍ଟି ଗୋଟିଏ ପରେ ଗୋଟିଏ ଖଣ୍ଡା ଚୋଟ ପକାଇ ବର୍ବରର ସୀମା ଟପିଯାଇଥିବା ଦୃଶ୍ୟ ସୋସିଲ ମିଡିଆରେ ଭାଇରଲ ହୋଇଥିଲା। ଯାହାକି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଅପରାଧୀ ମାନଙ୍କ କାଉଣ୍ଟର ଆକ୍ରମଣର ପୁଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତ୍ର ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଗୁଳି କରିଛି।

    ଜଗାର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାଙ୍କୁ ଏବେ ଏମକେସିଜି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏବେ ପୁଲିସ ହେପାଜତରେ ଚିକିତ୍ସାଧୀନ ରହିଛନ୍ତି। ବିଗତ ୯ଦିନରେ ତିନୋଟି ବର୍ବର କାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଏବେ ଗୁଳି କରିସାରିଛି।

    ପ୍ରକାଶ ଥାଉକି ଗତ ୧୬ ତାରିଖରେ ଲାଞ୍ଜିପଲି ଅଞ୍ଚଳର ଜଣେ ଭେଟେରାନ କ୍ରିମିନାଲ ଦିପୁ ନାୟକ ଓରଫ ଦିପୁନାଙ୍କ ସହ ଗୋପାଳପୁର ପୁଲିସର ମୁହାଁମୁହିଁ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ଦିପୁନା ଗୁରୁତର ହୋଇଥିଲେ। ସେହିପରି ଗତ ୧୮ ତାରିଖରେ ଗିରିରୋଡରେ ଅପରାଧୀ ଗୋଷ୍ଟି ଅନ୍ୟ ଏକ ଗୋଷ୍ଠିର ଉମେଶ ରଥଙ୍କୁ ବିଚ ରାସ୍ତାରେ ଆକ୍ରମଣ କରିବା ସହ ବର୍ବରତାର ସୀମା ଟପିଯାଇଥିଲେ। ଏହି ଘଟଣାରେ ଟାଉନ ଥାନା ପୋଲିସ ମୁକେଶ ସାହୁଙ୍କୁ ଟାମଣା ଘାଟିରେ ଗତ ୨୦ରେ ଏନକାଉଣ୍ଟର କରି ଜଖମୀ କରିଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ