Saturday, February 28, 2026
26 C
Odisha

    ଅଲିମ୍ପିକ୍ସରେ ନୀରଜଙ୍କ କମାଲ : ପ୍ରଥମ ପ୍ରୟାସରେ ହାତେଇଲେ ଫାଇନାଲ ଟିକେଟ

    ଆଗକୁ ପଢନ୍ତୁ

    ଚଳିତ ଅଲିମ୍ପିକ୍ସର ଅନ୍ୟତମ ଆକର୍ଷଣୀୟ ଇଭେଣ୍ଟ ପୁରୁଷ ଜାଭେଲିନ୍‌ ଥ୍ରୋରେ ପୁଣି କମାଲ କରିଛନ୍ତି ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରା। ପ୍ୟାରିସର ଷ୍ଟେଡ୍‌ ଡି ଫ୍ରାନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଇଭେଣ୍ଟରେ ନିଜର ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଛନ୍ତି ନୀରଜ। ଏହା ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ।

    ଗ୍ରୁପ୍‌ ବି ରେ ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହି ଗ୍ରୁପରେ ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୮୪ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା।ଗତ ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ୮୬.୬୫ ମିଟର ଜାଭେଲିନ୍‌ ଫିଙ୍ଗି ନୀରଜ ଭାରତ ଲାଗି ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ଏଥର ମଧ୍ୟ ସ୍ୱର୍ଣ୍ଣ ପଦକ ବଜାୟ ରଖିବେ ବୋଲି ଆଶା କରାଯାଉଛି। ନୀରଜଙ୍କ ବ୍ୟତିତ ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ତାଙ୍କର ପ୍ରଥମ ପ୍ରୟାସରେ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପିଟର୍ସ ତାଙ୍କର ପ୍ରଥମ ପ୍ରୟାସରେ ୮୮.୬୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିଲେ ଏବଂ ଗ୍ରୁପ୍ ବିରୁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ସେ ତୃତୀୟ ଆଥଲେଟ୍ ହୋଇଥିଲେ। ନୀରଜଙ୍କ ପରେ ପରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ଫାଇନାଲକୁ ଯାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୬.୫୯ ଦୂରତାକୁ ଜାଭେଲିନ ପକାଇଛନ୍ତି।
    ସେପଟେ ଦେଶର ଅନ୍ୟତମ ଷ୍ଟାର ତଥା ଓଡ଼ିଆ ଆଥଲେଟ୍‌ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ବାଦ୍‌ ପଡିଛନ୍ତି। ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    26 %
    2.3kmh
    5 %
    Sat
    28 °
    Sun
    36 °
    Mon
    36 °
    Tue
    37 °
    Wed
    38 °

    ସମ୍ବନ୍ଧିତ