Sunday, October 4, 2026
24.6 C
Odisha

    ଅଲିମ୍ପିକ୍ସରେ ଭାରତୀୟ ହକି ଦଳକୁ ବଡ଼ ଝଟକା : ଜର୍ମାନୀ ବିପକ୍ଷରେ ଅମିତ ରୋହିଦାସ ବାସନ୍ଦ

    ଆଗକୁ ପଢନ୍ତୁ

    ପ୍ୟାରିସ:ଅଲିମ୍ପିକ୍ସର ପୁରୁଷ ହକିରେ ଗ୍ରେଟ୍‌‌ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ମ୍ୟାଚରେ ଫାଉଲ୍‌‌ ମାରିବା ଭାରତୀୟ ତଥା ଓଡ଼ିଆ ଖେଳାଳି ଅମିତ୍‌‌ ରୋହିଦାସଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଫାଉଲ୍‌‌ ଲାଗି ତାଙ୍କୁ ରେଡ୍‌‌ କାର୍ଡ ମିଳିଥିଲା। ଯେଉଁଥି ପାଇଁ ସେ ଗ୍ରେଟ୍‌‌ ବ୍ରିଟେଟ ବିପକ୍ଷରେ ୧୭ ମିନିଟ୍‌‌ ପରେ ବଳକା ୪୩ ମିନିଟ୍‌‌ ପଡ଼ିଆ ବାହାରେ ବସିଥିଲେ। ଏବେ ସେ ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚରୁ ମଧ୍ୟ ବାସନ୍ଦ ହୋଇଛନ୍ତି। ବିଶ୍ୱ ହକିର ସର୍ବୋଚ୍ଚ ସଂସ୍ଥା ଏଫ୍‌‌ଆଇଏଚ୍‌‌ ପକ୍ଷରୁ ଅମିତ୍‌‌ଙ୍କୁ ସେମିଫାଇନାଲରୁ ମଧ୍ୟ ବାସନ୍ଦ କରାଯାଇଛି। ଫଳରେ ଭାରତକୁ ବଡ଼ ଝଟ୍‌‌କା ଲାଗିଛି। ଭାରତ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିବ ବୋଲି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି। ସୂଚନାଯୋଗ୍ୟ ଅଲିମ୍ପିକ୍‌‌ ପୁରୁଷ ହକିର ରବିବାର ଖେଳାଯାଇଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ, ରୋମାଞ୍ଚକ ଓ ହାଇଭୋଲଟେଜ୍‌‌ କ୍ୱାର୍ଟର ଫାଇନାଲ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଟୋକିଓରେ କାଂସ୍ୟ ପଦକ ଜିତିଥିବା ଭାରତ ଲାଗି ଏହା କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍‌‌ ସେମିଫାଇନାଲ। ଅଗଷ୍ଟ ୬ ତାରିଖରେ ଖେଳାଯିବାକୁ ଥିବା ସେମିଫାଇନାଲ ମୁକାବିଲାରେ ଜର୍ମାନୀକୁ ଭେଟିବ ଭାରତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ