Sunday, October 4, 2026
24.6 C
Odisha

    ହୁତି ନିଶାଣରେ ଇସ୍ରାଏଲ : ଇସ୍ରାଏଲ ଉପରେ ରକେଟ୍‌ ବର୍ଷା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇସମାଇଲଙ୍କ ହତ୍ୟା ପଛରେ ଇସ୍ରାଏଲର ହାତ ରହିଥିବା ଦାବି କରି ଇରାନ ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ଯାହାକୁ ନେଇ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖୋମେନି ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଇରାନ ସମର୍ଥିତ ସାମରିକ ସଂଗଠନ ହିଜବୁଲ୍ଲା ଲେବାନନରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଆଜି ଭୋର୍‌ ସମୟରେ ପ୍ରବଳ ରକେଟ୍ ମାଡ଼ କରିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଭିତରେ ହିଜବୁଲ୍ଲାର ଏଭଳି ଆକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି।
    ଇସ୍ରାଏଲ ଉପରେ ହିଜବୁଲ୍ଲା ୫୦ରୁ ଅଧିକ ରକେଟ୍‌ ମାଡ଼ କରିଥିବା ବେଳେ ସମସ୍ତ ରକେଟ୍‌କୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ ଡୋମ୍‌’ ପଣ୍ଡ କରିଦେଇଛି। ନିକଟରେ ଇସ୍ରାଏଲ୍ ଆକ୍ରମଣରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ନିହତ ହେବା ସହ ହମାସର ଶୀର୍ଷ ନେତା ଇସ୍‌ମାଇଲ ହାନିୟେହଙ୍କ ମୃତ୍ୟୁ ପରେ ଏହି ରକେଟ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣର ଜବାବରେ ଇସ୍ରାଏଲ ମଧ୍ୟ ଲେବାନନ ଓ ସିରିଆରେ ହିଜବୁଲ୍ଲାର ସମସ୍ତ ପ୍ରତିଷ୍ଠାନ ଧ୍ବଂସ କରିଦେବାକୁ ଚେତାବନୀ ଦେଇଛି। ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ