Monday, April 13, 2026
25 C
Odisha

    ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ମିଳିବ ୭ କୋଟି ଟଙ୍କା ସହ ସରକାରୀ ଚାକିରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ କ୍ରୀଡା ପ୍ରୋତ୍ସାହନ ଯୋଜନା ଅଧୀନରେ ଦିଲ୍ଲୀ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ମନ୍ତ୍ରୀ ଆଶିଷ ସୁଦ ସୂଚନା ଦେଇଛନ୍ତି ଯେ ଅଲିମ୍ପିକ୍ସର ବିଜେତାଙ୍କ ପାଇଁ ସରକାର ନଗଦ ପୁରସ୍କାର ବୃଦ୍ଧି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଆଶିଷ ସୁଦ କହିଛନ୍ତି ଯେ ଅଲିମ୍ପିକ୍ସ କ୍ରୀଡାରେ ସ୍ବର୍ଣ୍ଣ ଜିତିଥିବା ଖେଳାଳିଙ୍କୁ ସାତ କୋଟି ଟଙ୍କା, ରୌପ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ପାଞ୍ଚ କୋଟି ଟଙ୍କା ଏବଂ କାସ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ତିନି କୋଟି ଟଙ୍କା ପ୍ରଦାନ କରାଯିବ।

    ସେ ଆହୁରି କହିଛନ୍ତି ଯେ ଅଲିମ୍ପିକ୍ସ କ୍ରୀଡାରେ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ଗ୍ରୁପ A ଚାକିରି ଏବଂ କାସ୍ୟ ପଦକ ବିଜେତାଙ୍କୁ ଗ୍ରୁପ B ଚାକିରି ଦିଲ୍ଲୀ ସରକାର ପ୍ରଦାନ କରିବେ।
    ସୂଚନାଯୋଗ୍ୟ, ପୂର୍ବରୁ ଦିଲ୍ଲୀ ସରକାର ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିମାନଙ୍କୁ ତିନି କୋଟି, ଦୁଇ କୋଟି ଏବଂ ଗୋଟିଏ କୋଟି ଟଙ୍କା ଦେଉଥିଲେ। କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    65 %
    2.3kmh
    0 %
    Sun
    25 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ