Friday, June 26, 2026
26.6 C
Odisha

    ଅଶ୍ଳୀଳ ଦଣ୍ଡ ନାଚ ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, କାରଣ ଦର୍ଶାଅ ନୋଟିସ ଜାରି କଲା ପ୍ରଶାସନ

    ଆଗକୁ ପଢନ୍ତୁ

    ଛତ୍ରପୁର : ଅଶ୍ଳୀଳ ଦଣ୍ଡ ନାଚ ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । କାରଣ ଦର୍ଶାଅ ନୋଟିସ ଜାରି କଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଏକ ଦଣ୍ଡ ଦଳ ଦ୍ୱାରା ଧୂଳିଦଣ୍ଡରେ ଅଶ୍ଳୀଳତା ପ୍ରଦର୍ଶନ ହେତୁ ୫ ଜଣ ଆୟୋଜକଙ୍କ ଉପରେ ପୋଲିସ କେଶ ଦାୟର କରିଥିଲା ବେଳେ ଛତ୍ରପୁର ତହସିଲଦାର ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେମାନେ ସଠିକ ଉତ୍ତର ରଖି ନ ପାରିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହେଉଥିବା ଦଣ୍ଡ ନାଚ ନେଇ ଏକ ଏସଓପି ଜାରି କରାଯାଇଛି ।

    ଏସଓପି ଜାରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଶ୍ଳୀଳତା ବନ୍ଦ କରିବା ଓ ଆମର ସ୍ୱକୀୟ କଳା ଓ ସଂସ୍କୃତିକୁ ଅଧିକ ସମୃଦ୍ଧ କରିବା । ଏସ ଓ ପି, ଜନ ସଚେତନତା ଓ ଗଣମାଧ୍ୟମ ଜରିଆରେ ଅନୁରୋଧ ସତ୍ୱେ ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରକାଶ ପାଉଛି । ଏକ ସୁସ୍ଥ ଓ ସଚେତନ ସମାଜ ପାଇଁ ଏହା ଶୁଭଙ୍କର ନୁହେଁ। ଏହାପରେ ଯେଉଁଠି ବି ଅଶ୍ଳୀଳତା ପ୍ରକାଶ ପାଇବ ଆୟୋଜକଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.6 ° C
    26.6 °
    26.6 °
    80 %
    1.6kmh
    22 %
    Thu
    27 °
    Fri
    37 °
    Sat
    38 °
    Sun
    37 °
    Mon
    38 °

    ସମ୍ବନ୍ଧିତ