Monday, May 18, 2026
29.4 C
Odisha

    ଅଷ୍ଟ୍ରେଲିଆରେ ମସାଜ ପାର୍ଲର ଖୋଲି ମହିଳାଙ୍କୁ ଦେଉଥିଲେ ଯୌନ ନିର୍ଯାତନା, ଭାରତୀୟଙ୍କୁ ମିଳାଲା ଜେଲ ଦଣ୍ଡ

    ଆଗକୁ ପଢନ୍ତୁ

    ମସାଜ ପାର୍ଲର ଖୋଲି ମହିଳାଙ୍କୁ ଦେଉଥିଲେ ଯୌନ ନିର୍ଯାତନା । ପ୍ରାୟ ୬୧ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ୩୯ ବର୍ଷୀୟ ଭାରତୀୟଙ୍କୁ ମିଳାଲା ଜେଲ ଦଣ୍ଡ । ଅଭିଯୁକ୍ତଙ୍କ ନାମ ସୁମିତ ସତୀଶ ରସ୍ତୋଗୀ। ଅଷ୍ଟ୍ରେଲିଆର ଆଡେଲଏଡ୍ କୋର୍ଟରେ ସୁମିତ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୧୩ ବର୍ଷ ୧୦ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି ଆଡେଲଏଡ୍ ଅଦାଲତ । ପାର୍ଲରରେ ମସାଜ ବେଳେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଯୌନ କାର୍ଯ୍ୟରେ ଲିପ୍ତ ରହୁଥିଲେ ।

    ୯୭ଟି ଅଭିଯୋଗ ଆଧାରରେ ସୁମିତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେଥିରୁ ୫୫ଟି ମାମଲା ମହିଳାଙ୍କ ଅସଂଯତ ଭିଡିଓ ଉତ୍ତୋଳନ କରିବା ଓ ୪୨ଟି ମାମଲା ମହିଳାଙ୍କୁ ନିର୍ଯାତନା ଦେବା ସହ ଅନ୍ତର୍ଭୁକ୍ତ ବୋଲି ଅଦାଲତ କହିଛନ୍ତି । ତେବେ ସୁମିତ ୨୦୧୧ରେ ନୂଆଦିଲ୍ଲୀରୁ ଆଡେଲ୍ ଏଡ୍ ଆସିଥିବା ବେଳେ ସେଠାରେ ଏକ ମସାଜ ପାର୍ଲର ଖୋଲି ପ୍ରତିପୋଷଣ କରୁଥିଲେ ।

    କିନ୍ତୁ ମସାଜ ନେଇ ସୁମିତଙ୍କ ନିକଟରେ କୌଣସି ଅଭିଜ୍ଞତା ନଥାଇ ସେ ମସାଜ ପାର୍ଲର ଖୋଲି ମହିଳାଙ୍କୁ ନିର୍ଯାତନା ଦେଉଥିବାରୁ ଗତ ୨୦୨୨ରେ ତାଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ବିଚାରାଧୀନ ବନ୍ଦୀ ଥିବା ବେଳେ ଆଜି ତାଙ୍କ ବିରୋଧରେ ରାୟ ଶୁଣାଇଥିଲେ ଆଡେଲ୍ ଏଡ୍ ଅଦାଲତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.4 ° C
    29.4 °
    29.4 °
    51 %
    3kmh
    77 %
    Sun
    29 °
    Mon
    41 °
    Tue
    43 °
    Wed
    46 °
    Thu
    46 °

    ସମ୍ବନ୍ଧିତ