Tuesday, September 29, 2026
28.1 C
Odisha

    ଅସହ୍ୟ ଗରମ ଗୁଳୁଗୁଳିରେ ସିଜୁଛି ସାରା ଓଡ଼ିଶା, ଭୁବନେଶ୍ବରରେ ୪୭ ଡିଗ୍ରୀ ପରି ଅନୁଭୂତ ହେଉଛି

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ସୁବର୍ଣ୍ଣପୁର: ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି । ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ହୋଇଥିବାବେଳେ ଆଦ୍ରତା ରହିଛି ୭୭% । ୪୭ ଡିଗ୍ରୀ ପରି ଅନୁଭୂତ ହେଉଛି ଭୁବନେଶ୍ବର ଗରମ ।

    ସାରା ଦେଶରେ ଉତପ୍ତ ସହରଭାବେ ପରିଚିତ ହୋଇଥିବା ସୁବର୍ଣ୍ଣପୁର ବାସୀ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୁନ ମାସରେ ବି ଖରାର ତାଉ ଦେଖିବାକୁ ମିଳିଛି । ଗରମ ଗୁଳୁଗୁଳିରେ ଲୋକେ ତ୍ରାହୀ ତ୍ରାହୀ ଡାକିଲେଣି । କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି । ପ୍ରଚଣ୍ଡ ଖରାରେ ରାସ୍ତାଘାଟ ଶୂନଶାନ୍ ହୋଇ ପଡୁଛି । ଅତି ଆବଶ୍ୟକ କାମରେ ଘରୁ ଆସୁଥିବା ଲୋକେ ପାଣି ଟିକେ ବି ପାଇ ପାରୁ ନାହାନ୍ତି ।

    ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ସାଙ୍ଗକୁ ସେପଟେ ବିଦ୍ୟୁତର ଲୁଚକାଳି ଖେଳ ଜନଜୀବନକୁ ଅସ୍ତବ୍ୟସ୍ଥ କରିପକାଉଛି । ଗାଁ ଗଣ୍ଡାରେ ଥିବା ପୋଖରି ସବୁ ଶୁଖି ଗଳାଣି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଜୁନ ମାସରେ ଅଦିନିଆ ମେଘ ହେଲେ ଚାଷି ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ, କୁନ୍ତୁ ବର୍ଷାର ନାଁ ଗନ୍ଧ ନାହିଁ । ପଶୁ କିମ୍ବା ମଣିଷ ଖରା ଦାଉରୁ କିଭଳି ରକ୍ଷା ପାଇବେ, କେବେ ମୈାସୁମୀ ଆସିବ ଏବେ ସେଇ ଚିନ୍ତାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ