Thursday, March 19, 2026
21 C
Odisha

    ଅସ୍ଥିର ବାଂଲାଦେଶ: ସଙ୍କଟରେ ଭାରତର ବାଣିଜ୍ୟ କାରବାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ଏବେ ଭାରତର ବାଣିଜ୍ୟ କାରବାର ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି। କାରଣ ଦକ୍ଷିଣ ଏସିଆରେ ଭାରତ ହେଉଛି ବାଂଲାଦେଶର ବୃହତ୍ ବାଣିଜ୍ୟିକ ସହଯୋଗୀ। ଏସିଆ ମହାଦେଶରେ ଭାରତ ହେଉଛି ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବ୍ୟବସାୟିକ ଭାଗିଦାର। ଭାରତ-ବାଲାଂଦେଶ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୨.୯ ବିଲିୟନ୍ ଡଲାର। ରପ୍ତାନି ଦୃଷ୍ଟିରୁ ବାଂଲାଦେଶ ଭାରତର ୮ମ ରପ୍ତାନୀ ସହଯୋଗୀ। ବାଲାଂଦେଶକୁ ଭାରତର ରପ୍ତାନି ୯.୫ ବିଲିୟନ୍ ଡଲାର ରହିଛି। ଏହାଛଡା ଭାରତ ବାଂଲାଦେଶକୁ କପା, ଯନ୍ତ୍ରପାତି, ଅଟୋ ମୋବାଇଲ ଏବଂ ଖାଦ୍ୟ ପଦାର୍ଥ ସମେତ ବିଭିନ୍ନ ସାମଗ୍ରୀ ରପ୍ତାନି କରୁଥିବାବେଳେ ଝୋଟ ଏବଂ ମାଛ ଭଳି ସାମଗ୍ରୀ ଆମଦାନୀ କରିଥାଏ। ପଡୋଶୀ ଦେଶରେ ଏହି ଅସ୍ଥିରତା ବ୍ୟାବସାୟିକ କାରବାର ଦୃଷ୍ଟିରୁ ଭାରତ ପାଇଁ ଶୁଭଙ୍କର ନୁହେଁ। ବାଂଲାଦେଶରେ ଏଭଳି ସ୍ଥିତି ଯୋଗୁ ଭାରତର ବାଣିଜ୍ୟ କାରବାର ଏବେ ସଙ୍କଟରେ ପଡିଛି। ବିଶେଷକରି ଭାରତର ସୁନା କାରବାର ଗୁରୁତର ଭାେବ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ବର୍ତ୍ତମାନର ପରିସ୍ଥିତିରେ ବାଂଲାଦେଶର ତିସ୍ତା ନଦୀ ଜଳ ପ୍ରକଳ୍ପରେ ଚାଇନା ଏହି ସୁଯୋଗର ଫାଇଦା ନେବାକୁ ଚେଷ୍ଟା କରିବ। କାରଣ ବାଲାଂଦେଶ ରାଷ୍ଟ୍ରପତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତ୍ରୀ ଖଲିଦା ଜିଆଙ୍କ ଜେଲ୍ରୁ ମୁକ୍ତ କରିଛନ୍ତି। ଖଲିଦା ହେଉଛନ୍ତି ବାଲାଂଦେଶ ନ୍ୟାସନାଲ ପାର୍ଟି(ବିଏନ୍ପି)ର ଅଧ୍ୟକ୍ଷା। ଅପରପକ୍ଷେ ଶେଖ୍ ହସିନାଙ୍କ ଦଳ ଭାରତକୁ ସମର୍ଥନ କରୁଥିବାବେଳେ ଖଲିଦାଙ୍କ ଦଳ ଏବେ ଭାରତ ପ୍ରତି ସେହି ସମର୍ଥନ ଜାରି ରଖିବା ସମ୍ଭାବନା କମ୍। ଅପରପକ୍ଷେ ୧ ବିଲିୟନ୍ ଡଲାରର ତିସ୍ତା ନଦୀ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଚାଇନା ପ୍ରସ୍ତୁତ ରହିଛି କିନ୍ତୁ ବାଲାଂଦେଶ ଚାହୁଁଛି ଭାରତ ଏହି ପ୍ରକଳ୍ପ ନିର୍ମାଣ କରୁ, ଯାହା ହସିନା କହିଥିଲେ। ହେଲେ ବର୍ତ୍ତମାନ ଦେଶରେ ଯାହା ସ୍ଥିତି ସେ କ୍ଷେତ୍ରରେ ଚାଇନା ଏହି ସୁଯୋଗର ଫାଇଦା ନେଇ ପ୍ରକଳ୍ପ ହାତେଇବାକୁ ଚେଷ୍ଟା କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ