Monday, September 14, 2026
23.5 C
Odisha

    ଜମି ଡିମାର୍କସେନ ପାଇଁ ଆଉ ଯିବାକୁ ପଡ଼ିବନି ତହସିଲ ଅଫିସ, ଏଣିକି ଅନଲାଇନରେ ଆବେଦନ କଲେ ମିଳିବ ତାରିଖ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଡିମାର୍କସେନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡିବାକୁ ପଡ଼ିବନି କିମ୍ବା କାହାକୁ ହାତଗୁଞ୍ଜା ଦେବାକୁ ପଡିବନି । ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ, ଅମିନ ଓ ପୋଲିସ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ । ଆବେଦନ ପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡିବ ।ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି ଦେବାକୁ ପଡିବ ।  ଆବେଦନ ସବମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ପଠାଇବେ ।  SMS ଦ୍ବାରା ତାରିଖ ଆସିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ । ରାଜସ୍ୱ ବିଭାଗ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ