Monday, September 28, 2026
23.1 C
Odisha

    ଅହମଦାବାଦ ବିମାନ ଦୁର୍ଘଟଣା; ପାଇଲଟ ଚାକିରି ଛାଡ଼ି ‌ଦେବେ ବୋଲି ବାପାଙ୍କୁ କହିଥିଲେ ସୁମିତ

    ଆଗକୁ ପଢନ୍ତୁ

    ଅହମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଏୟାର ଇଣ୍ଡିଆର ଡ୍ରିମଲାଇନର ୭୮୭-୮ ବିମାନ (ଉଡ଼ାଣ ନମ୍ବର ଏଆଇ ୧୭୧)ଜୁନ ୧୨ ତାରିଖ ଗୁରୁବାର ଦିନ ଉଡାଣ ଆରମ୍ଭ କରିଥିବା ବେଳେ  ଅପରାହ୍ନ ୧.୪୦ ମିନିଟରେ ବିଜେ ମେଡିକାଲ ହଷ୍ଟେଲରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି କ୍ରୁ ସଦସ୍ୟଙ୍କ ସମେତ ୨୪୨ଜଣ ଯାତ୍ରୀଙ୍କୁ ଧରି ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲା।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଣେ ଭାଗ୍ୟବା୍ନ ଯାତ୍ରୀଙ୍କୁ ଛାଡ଼ି ଦେଲେ ବାକି ୨୪୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ରିପୋର୍ଟ ମିଳିଛି। ଏହି ମୃତକଙ୍କ ମଧ୍ୟରେ କ୍ୟାପ୍ଟେନ ସୁମିତ ସବରୱାଲ ବି ସାମିଲ ଅଛନ୍ତି। ଯିଏକି ଉକ୍ତ ବିମାନର କମାଣ୍ଡିଂ କରୁଥିଲେ।

    ସୁମିତଙ୍କ କଥା ମନେ ପକାଇ ବାପା କାନ୍ଦିକାନ୍ଦି କହିଛନ୍ତି, ‘ ମୋ ପୁଅ ତିନିଦିନ ପୂର୍ବରୁ ଫୋନ କରି କହିଥିଲା ବାପା ତୁମେ ବୃଦ୍ଧ ହୋଇଗଲଣି। ଏ ଚାକିରିରେ ମୁଁ ତୁମକୁ ସମୟ ଦେଇ ପାରୁନାହିଁ। କେଉଁ ଦିନ କେଉଁଆଡେ ଯାତ୍ରା କରିବାକୁ ପଡ଼ୁଛି ଠିକ ନାହିଁ। ତୁମ ସହିତ ଫୋନରେ ବି ଦୁଇପଦ କଥା ହୋଇପାରୁ ନାହିଁ।

    ଆଉ ଏ ଚାକିରି କରିବିନି। ତୁମକୁ ଏ ବୟସରେ ଆଉ ଏକା ଛାଡ଼ିବାକୁ ଇଚ୍ଛା ହଉ ନାହିଁ। ଚାକିରି ଛାଡ଼ି ତୁମର ସେବା କରିବି। ତା’ପରେ କ’ଣ ହେବ ଦେଖାଯିବ। ଲଣ୍ଡନ ଯାତ୍ରାରୁ ଫେରିବା  ପରେ ଚାକିରି ଛାଡ଼ିବାର ନିଷ୍ପତ୍ତି ନେବି ବାପା।
    ବିଧାତାର କି ବିଚିତ୍ର ଲିଖନ ଦେଖନ୍ତୁ… ପୁଅ  ମୋତେ ଏକା ଛାଡ଼ିବ ନାହିଁ ବୋଲି କହୁଥିବା ବେ‌ଳେ ସେ ତ ଦୁନିଆ ହିଁ ଛାଡ଼ି ଚାଲିଗଲା। ଭଗବାନ କ’ଣ ଏ ଦିନ ଦେଖିବାକୁ ମୋତେ ଜୀବିତ ରଖିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    89 %
    1.5kmh
    2 %
    Sun
    23 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ