Monday, September 28, 2026
23.6 C
Odisha

    ୨ କୁଖ୍ୟାତ ନକ୍ସଲ ମାଲକାନଗିରି ପୁଲିସ ଦ୍ବାରା ଗିରଫ: ୨ ସମର୍ଥକ ଅଟକ, ମୁଣ୍ଡରେ ଥିଲା ୪ ଲକ୍ଷ ଲେଖାଏଁ ପୁରସ୍କାର

    ଆଗକୁ ପଢନ୍ତୁ

    ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ୨ କୁଖ୍ୟାତ ମାଓବାଦୀକୁ ଗିରଫ କରିଛି। ଦୁଇ ମାଓବାଦୀ ଏସିଏମ କ୍ୟାଡରର। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ନିର୍ଦେଶକ୍ରମେ ଡିଭିଏଫ ଏବଂ ଏସଓଜି ଯବାନ ମାଥିଲି ଥାନା ଅନ୍ତର୍ଗତ ସୋଡିଗୁଡା ଏବଂ ତେନ୍ତୁଳିଗୁଡା ଅଂଚଳରେ ଚଢାଉ କରିଥିଲେ।ଆଜି ସାମ୍ବାଦିକ ସମ୍ମିଳନୀରେ ଏସପି ବିୋନଦ ପାଟିଲ ଏକ ସମ୍ବାଦିକ ସମ୍ମିଳନୀରେ ବିସ୍ଥୃତ ରିପୋର୍ଟ ପ୍ରଦାନ କରିଥିଲେ। ଜଂଗଲରେ ନକ୍ସଲ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ। ପରେ ଯବାନ ସେମାନଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ ମଧ୍ୟ ସେମାନେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ଯବାନ ଜଂଗଲକୁ ଘେରି ଏହି ଦୁଇ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ମାଓବାଦୀମାନେ ହେଲେ କାଙ୍ଗେରଘାଟି ଏରିଆ କମିଟିର ଏସିଏମ କେସା କାବାସୀ ଏବଂ ଆନ୍ଧ୍ର ଓଡିଶା ବଡର ଜୋନାଲ କମିଟିର ଏସିଏମ ରାକେଶ ଅରଫ ସୋନୁ କୁଞ୍ଜାମ। କେସାର ଘର ଛତିଶଗଡର ବସ୍ତର ଜିଲ୍ଲାର ଚନ୍ଦାମେଟାରେ ହୋଇଥିବା ବେଳେ ରାକେଶର ଘର ବିଜାପୁର ଜିଲ୍ଲାର ତୋମଡ ଗ୍ରାମରେ। ଦୁଇ ନକ୍ସଲ ନାମରେ ସରକାର ୪ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଏମାନଙ୍କ ଠାରୁ ପୁଲିସ ପିସ୍ତଲ,ବିଦ୍ୟୁତ ଡିଟୋନେଟର,ଜୀବନ୍ତ ଗୁଳି,କୋଡେକ୍ସ ତାର,ରେଡିଓ,ଷ୍ଟିଲ ଡବା,ଵାକିଟକି,ଟର୍ଚ ଲାଇଟ,ବ୍ୟାଟେରୀ,କଟୁରି ଇତ୍ୟାଦି ଜବତ କରିଛି।

    ଏସିଏମ ରାକେଶ ଓରଫ ସୋନୁ ୨୦୦୯ ମସିହାରେ ଗାଙ୍ଗଲୁର ଏରିଆ କମିଟିର ବାଲ ସଂଘମର କମାଣ୍ଡର ଦିନେଶ ନିକଟରେ ୧୪ ବର୍ଷ ବୟସରୁ କାମ ଆରମ୍ଭ କରିଥିଲା। ସେ ସେଠାରେ ୨୦୧୧ ପର୍ଯ୍ୟନ୍ତ କାମ କରୁଥିଲା। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଚେତନା ନାଟ୍ୟ ମଣ୍ଡଳୀରେ କାମ କଲା। ୨୦୧୫ରେ ସେ ପାର୍ଟି ମେମ୍ବର ହେବା ସହ ତାଲିମ ନେଇଥିଲା। ତାଲିମ ପରେ ତାକୁ ପୋଷାକ ମିଳିବା ସହ ୩୦୩ ବନ୍ଧୁକ ଦିଆଯାଇଥିଲା। ୨୦୨୧ରେ ସେ ଛତିଶଗଡ଼କୁ ଯାଇ ସେଠାରେ କାମ କରିବା ସହ ଏସିଏମ ପଦରେ ପଦନ୍ନୋତି ହୋଇଥିଲା। ୨୦୨୫ରେ ସେ ଆନ୍ଧ୍ର ଓଡିଶା ବର୍ଡର ଡିଭିଜନର ଏସଜେଡସିଏମ ସୁରେଶ ଅଧୀନରେ କାମ କରିବା ପାଇଁ ଆସିଥିଲା। ମାଓବାଦୀ ରାକେଶ ପ୍ରାୟ ୯ଟି ଘଟଣାରେ ସାମିଲ ଥିବା ପୁଲିସ କହିଛି।

    ସେହିପରି କେସା କାବାସି ଗତ ୨୦୧୦ ମସିହାରେ ୧୭ ବର୍ଷ ବୟସରେ ମହୁପଦର ଏଲଓସିର କମାଣ୍ଡର ଦେବା ନିକଟରେ ବାଲ ସଂଘମରେ ଜଡିତ ହୋଇଥିଲା। ମହୁପଦର ଅଂଚଳରେ କେସାକୁ ମିଲିସିଆ ଭାବେ କାମ କରିବାକୁ ଏସିଏମ ସୁନାଧର ପ୍ରବର୍ତ୍ତାଇଥିଲା। ୨୦୧୨ରେ ସେ ପାର୍ଟି ମେମ୍ବର ବନିଥିଲା। ୨୦୧୪ରେ ସେ ଗୁପ୍ତେଶ୍ବର ଏରିଆ କମିଟିରେ ଦାୟୀତ୍ବ ନେବା ସହ ୩୦୩ ବନ୍ଧୁକ ଧରିଥିଲା। ଗୁପ୍ତେଶ୍ବର ଠାରେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଏସିଏମ ରୁକ୍ମିଣୀ ନିକଟରେ କାମ କରିଥିଲା। ୨୦୧୬ରେ ସେ ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳକୁ ବଦଳି ହୋଇଯାଇଥିଲା। ସେଠାରେ ସେ ୨୦୧୮ ପର୍ଯ୍ୟନ୍ତ କାମ କରିବା ପରେ ଏସିଏମ ପଦବୀରେ ପଦନ୍ନୋତି ପାଇଥିଲା।୨୦୨୧ରେ ସେ ପୁଣି ଗୁପ୍ତେଶ୍ବର କମାଣ୍ଡର ଭାବେ ବଦଳି ହୋଇ ଆସିଲା। ପରେ ସେ ସେଠାରୁ ଛତିଶଗଡର କାଙ୍ଗେର ଘାଟି ଏରିଆ କମିଟିର ଏସିଏମ ଭାବେ କାମ କରୁଥିଲା। କାସେ କାବାସି ନାମରେ ମଧ୍ୟ ୧୮ଟି ମାମଲା ରହିଛି। ସେଥିମଧ୍ୟରୁ କୋରାପୁଟ ଜିଲ୍ଲାର ବୈପାରିଗୁଡା ଅଂଚଳରେ ହତ୍ୟା ଓ ପୁଲିସ ଉପରେ ଗୁଳି ଚଳାଇବା ଭଳି ୫ଟି ଘଟଣାରେ ସାମିଲ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଏସଏଫ କମାଣ୍ଡଣ୍ଟ ମଧ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ