Sunday, September 20, 2026
24.1 C
Odisha

    ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ଛାତ୍ରମାନଙ୍କୁ ଦେଲେ ଗୁରୁମନ୍ତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ପରିବର୍ତ୍ତନଶୀଳ ପ୍ରଯୁକ୍ତି ସହ ନିଜକୁ ଖାପ ଖୁଆଇବା ଏବଂ ନିରନ୍ତର ଶିକ୍ଷା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, ଏଠାରେ ଆଜି ଛାତ୍ରଛାତ୍ରୀଙ୍କ ସହିତ ଅନେକ ଲୋକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ମୁଁ ବାବା ବାଗେଶ୍ବର ନୁହେଁ, କିନ୍ତୁ କିଛି ଜାଣିପାରୁଛି । ଯାହା ଶୁଣିବା ପରେ ସମସ୍ତ ଲୋକ ହସିଥିଲେ ।

    ମୋଦି କହିଛନ୍ତି, ପ୍ରତ୍ୟେକ ପିଢ଼ିର ନିଜସ୍ୱ ଆହ୍ୱାନ ଏବଂ ଦାୟିତ୍ୱ ରହିଥାଏ । ଏହି ପିଢ଼ି ପାଇଁ ଆଗାମୀ ସମୟରେ ଆହୁରି ଅଧିକ ଆହ୍ୱାନପୂର୍ଣ୍ଣ ହୋଇପାରେ । ଏଥିପାଇଁ ଧ୍ୟାନରେ ରଖନ୍ତୁ ଯେ ଆଗାମୀ ୩୫ ବର୍ଷରେ ଆପଣମାନଙ୍କ କାମ ବିକଶିତ ଭାରତର ମୂଳଦୁଆ ହେବ । ଶିକ୍ଷା କେବଳ ଡିଗ୍ରୀ ପାଇବାରେ ସୀମିତ ନୁହେଁ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ନୂଆ କଥା ଶିଖିବା ଏବଂ ନିଜ ଜ୍ଞାନକୁ ଅପଡେଟ୍ କରିବା ଜରୁରୀ । ଦ୍ରୁତ ଗତିରେ ବଦଳୁଥିବା ପ୍ରଯୁକ୍ତି ଯୁଗରେ ଛାତ୍ରଛାତ୍ରୀମାନେ ନିଜର ଜିଜ୍ଞାସାକୁ ଜୀବନ୍ତ ରଖିବା ସହ ନୂଆ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଦେଇଛନ୍ତି। ଆପଣମାନେ ଏପରି ସମୟରେ ସଂସ୍ଥାନରୁ ବାହାରୁଛନ୍ତି, ଯେତେବେଳେ ସାରା ଦୁନିଆରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି । ଶିକ୍ଷା ଏବଂ ବୈଶ୍ୱିକ ଶକ୍ତିର ସନ୍ତୁଳନରେ ଲଗାତାର ପରିବର୍ତ୍ତନ ଘଟୁଛି । ଟେକ୍ନୋଲୋଜିର ଗତି ଏତେ ଅଧିକ ହୋଇଛି ଯେ, ଆଗାମୀ ୨୦-୩୦ ବର୍ଷରେ ଦୁନିଆ କିପରି ଥିବ କହିବା ମୁସ୍କିଲ । ଯେବେ ବି ପରିବର୍ତ୍ତନ ଆସେ, ନିଜ ସହିତ ଆହ୍ୱାନ ଏବଂ ସୁଯୋଗ ଉଭୟ ଧରି ଆସିଥାଏ ।

    ଏହି ସମାରୋହରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ତେବେ ପୁରସ୍କାର ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା କମ୍ ଥିବା ନେଇ ପିଏମ୍ ମୋଦି ଚିନ୍ତା ପ୍ରକାଶ କରିଥିଲେ ଏବଂ ଉଚ୍ଚଶିକ୍ଷାରେ ଅଧିକ ମହିଳାଙ୍କ ଅଂଶଗ୍ରହଣ ଉପରେ ଜୋର ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ