Saturday, October 10, 2026
27.9 C
Odisha

    ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜ ବାଦ୍ ପଡ଼ିଲେ ସାଇ ସୁଦର୍ଶନ

    ଆଗକୁ ପଢନ୍ତୁ

    ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ବାମହାତୀ ଓପନର ବ୍ୟାଟର ସାଇ ସୁଦର୍ଶନ ଆଘାତ ଯୋଗୁଁ ଟେଷ୍ଟରୁ ବାଦ ପଡ଼ିଛନ୍ତି । ସେ ଆହତ ଥିବାରୁ ସିରିଜ ପାଇଁ ଟିମ୍ ଇଣ୍ଡିଆ ସହ ଶ୍ରୀଲଙ୍କା ଗସ୍ତ କରିନଥିଲେ । ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଥିଲେ । ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକରଙ୍କୁ ସୁଯୋଗ ମିଳିପାରେ । ଦେବଦତ୍ତ ଅଭ୍ୟାସ୍ ମ୍ୟାଚରେ ଶତକ ହାସଲ କରିଛନ୍ତି ।

    ସାଇ ସୁଦର୍ଶନ ନିଜର ଫିଟନେସ୍ ସହ ପଡିଆକୁ ଫେରିବା ଏବଂ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସଲେନ୍ସ ରେ କିଛି ସମୟ ଧରି କଠିନ ପରିଶ୍ରମ କରୁଥିଲେ । ହେଲେ ଶେଷରେ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଟିମରୁ ବାଦ୍ ପଡିଛନ୍ତି । ତେବେ ବିସିସିଆଇ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ନିକଟରେ ସାଇ ସୁଦର୍ଶନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ । ଯେଉଁଠାରେ ସେ ୪ଟି ଇନିଂସରେ ୧୬୬.୦୦ ହାରରେ ୩୩୨ ରନ୍ କରିଥିଲେ । ଏହି ଗସ୍ତରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ।

    ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ଏହି ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ଏବେ ସାଇ ସୁଦର୍ଶନଙ୍କ ବିଦାୟ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା ସାଜିଛି । ତେବେ ଅଭ୍ୟାସ ମ୍ୟାଚରେ ଦେବଦତ୍ତ ପାଡିକଲ ୩ ନମ୍ବରରେ ଖେଳୁଥିବା ବେଳେ ଶତକ ହାସଲ କରିଛନ୍ତି ।  ଅଗଷ୍ଟ ୧୫ରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୨୩ରୁ ଖେଳାଯିବ । ଏହି ଶୃଙ୍ଖଳା ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ ।

    ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ : ଶୁବମନ ଗିଲ (ଅଧିନାୟକ), କେଏଲ ରାହୁଲ, ଯଶସ୍ବୀ ଜୟସୱାଲ, ରିଷଭ ପନ୍ତ, (ୱିକେଟ କିପର), ଦେବଦତ୍ତ ପାଡିକ୍କିଲ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡୋଜା, କୁଲଦୀପ ଯାଦବ, ମାନବ ସୁଥାର, ଆକିବ ନବି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନର ବ୍ରାର ଏବଂ ସାରାଂଶ ଜୈନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ