Thursday, May 8, 2025
32.1 C
Odisha

    ଆଇଆଇଟି ବାବାଙ୍କୁ ଦେଶଦ୍ରୋହୀ ଓ ଆତଙ୍କବାଦୀ କହି ଟ୍ରୋଲ କଲେ କ୍ରିକେଟ୍ ପ୍ରେମୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁବାଇ ଦଙ୍ଗଲରେ ଭାରତ ଜିତିଲା, ପାକିସ୍ତାନ ଚିତପଟାଙ୍ଗ ମାରିଲା । ଆଉ ତାପରେ ଭାରତ ହାରିବା ନେଇ ଭବିଷ୍ୟବାଣୀ କରିଥିବା ବାବାଙ୍କ ଧଜିଆ ଉଡେଇଦେଲେ କ୍ରିକେଟ୍ ପ୍ରେମୀ । ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ ଟ୍ରୋଲ କରି ନାକେଦମ କରିଦେଲେଣି ସୋସିଆଲ ମିଡିଆ ୟୁଜର୍ସ । ଭାରତର ବିରାଟ ବିଜୟ ପରେ ଏବଂ କିଙ୍ଗ୍ କୋହଲିଙ୍କ ଦମଦାର ଶତକୀୟ ଇନିଂସ ପରେ ଆଇଆଇଟି ବାବାଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ଯିଏ ଯାହା ପାରିଲା ଲେଖିଛି । କେହି କେହି ଜୟ ଶାହାଙ୍କ ଫଟୋ ସହ ଆଇଆଇଟି ବାବାଙ୍କ ଫଟୋ ଯୋଡି ଲେଖିଛନ୍ତି, ହୃଦୟ ଛୋଟ କରନି… ଆନ୍ତର୍ଜାତୀୟ ସ୍କ୍ରିପ୍ଟ ରାଇଟର ଆଗରେ କାହାରି ଭବିଷ୍ୟବାଣୀ କାମ ଦିଏନି । ସେହିପରି ଅମରେନ୍ଦ୍ର ବାହୁବଳି ଏକ୍ସ ଆକାଉଣ୍ଟରେ ବାବାଙ୍କୁ କେଜ୍ରିୱାଲ ସହ ଯୋଡି ଟ୍ରୋଲ କରାଯାଇଛି । ପୋଷ୍ଟରେ ଲେଖାଯାଇଛି, ଆଇଆଇଟି ବାବାକୁ ଆଜି ୧୪୦ କୋଟି ଭାରତୀୟ ୪୫୩ଟି ଭାଷାରେ ମନେପକାଇବେ ଇଏ ବି କେଜ୍ରିୱାଲଙ୍କ ଠାରୁ ଅଧିକ ଗାଳିଖିଆ ମଣିଷ ବାହାରିବ ।

    ଆଇଆଇଟି ବାବାଙ୍କୁ ଦେଶଦ୍ରୋହୀ, ଆତଙ୍କବାଦୀ କହି ତାଙ୍କୁ ପାକିସ୍ତାନ ପଠେଇ ଦେବାକୁ ଟ୍ରୋଲ କରିଛନ୍ତି କ୍ରିକେଟ୍ ପ୍ରେମୀ । ଯେଉଁ ଲୋକ ଦେଶର ଆତ୍ମସମ୍ମାନକୁ ଦେଖେନି ସେ ଦେଶଦ୍ରୋହୀ ବୋଲି ଟିମ୍ ଇଣ୍ଡିଆର ପ୍ରଶଂସକମାନେ ଲେଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.1 ° C
    32.1 °
    32.1 °
    35 %
    2.6kmh
    100 %
    Thu
    30 °
    Fri
    38 °
    Sat
    39 °
    Sun
    41 °
    Mon
    42 °

    ସମ୍ବନ୍ଧିତ