Monday, April 6, 2026
24.9 C
Odisha

    ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

    ଆଗକୁ ପଢନ୍ତୁ

    ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ନିହତ ଯବାନ ହେଲେ ଅମର ପାନୱାର୍‌ ଓ କେ. ରାଜେଶ । ନାରାୟଣପୁର ଜିଲାର ଓର୍ଚା, ମୋହାଣ୍ଡି ଏବଂ ଇରାକବତୀରୁ ଅଞ୍ଚଳରେ ଆଇଟିବିପି, ବିଏସ୍‌ଏଫ ଓ ଡିଆର୍‌ଜିର ଯବାନମାନେ ଶନିବାର ତଲାସି କରୁଥିଲେ। ଏମାନେ ଫେରିବା ବେଳେ ମୋହନ୍ଦି ଜଙ୍ଗଲରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଘଟିଥିଲା। ଏଥିରେ ଆଇଟିବିପିର ୨ ଯବାନ ଗୁରୁତର ହୋଇଥିବା ବେଳେ ନାରାୟଣପୁର ଜିଲା ପୋଲିସର ୨ ଜଣ ଯବାନ ଆହତ ହୋଇଥିଲେ। ଗୁରୁତର ଦ୍ୱୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନାରାୟଣପୁରକୁ ହେଲିକପ୍ଟର ଯୋଗେ ନିଆଯାଉଥିବା ବେଳେ ପାଗ ଖରାପ ଯୋଗୁ ଠିକ୍‌ ସମୟରେ ପହଞ୍ଚିପାରି ନ ଥିଲା । ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ୨ଜଣ ଆହତ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ