Saturday, October 25, 2025
27.3 C
Odisha

    ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

    ଆଗକୁ ପଢନ୍ତୁ

    ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ନିହତ ଯବାନ ହେଲେ ଅମର ପାନୱାର୍‌ ଓ କେ. ରାଜେଶ । ନାରାୟଣପୁର ଜିଲାର ଓର୍ଚା, ମୋହାଣ୍ଡି ଏବଂ ଇରାକବତୀରୁ ଅଞ୍ଚଳରେ ଆଇଟିବିପି, ବିଏସ୍‌ଏଫ ଓ ଡିଆର୍‌ଜିର ଯବାନମାନେ ଶନିବାର ତଲାସି କରୁଥିଲେ। ଏମାନେ ଫେରିବା ବେଳେ ମୋହନ୍ଦି ଜଙ୍ଗଲରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଘଟିଥିଲା। ଏଥିରେ ଆଇଟିବିପିର ୨ ଯବାନ ଗୁରୁତର ହୋଇଥିବା ବେଳେ ନାରାୟଣପୁର ଜିଲା ପୋଲିସର ୨ ଜଣ ଯବାନ ଆହତ ହୋଇଥିଲେ। ଗୁରୁତର ଦ୍ୱୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନାରାୟଣପୁରକୁ ହେଲିକପ୍ଟର ଯୋଗେ ନିଆଯାଉଥିବା ବେଳେ ପାଗ ଖରାପ ଯୋଗୁ ଠିକ୍‌ ସମୟରେ ପହଞ୍ଚିପାରି ନ ଥିଲା । ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ୨ଜଣ ଆହତ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    72 %
    1.8kmh
    57 %
    Sat
    28 °
    Sun
    29 °
    Mon
    29 °
    Tue
    27 °
    Wed
    28 °

    ସମ୍ବନ୍ଧିତ