Friday, October 2, 2026
22.9 C
Odisha

    ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ପୈତୃକ ବାସଭବନରେ ସିବିଆଇ ଚଢ଼ାଉ

    ଆଗକୁ ପଢନ୍ତୁ

    ବାଲେଶ୍ୱର ଜିଲ୍ଲା ଭୋଗରାଇର ସହୋରିଆ ପଞ୍ଚାୟତ ଅଧୀନ ନରସିଂହପୁର ଗାଁରେ ଆଜି ମଙ୍ଗଳବାର ସିବିଆଇର ୪ଜଣିଆ ଟିମ୍ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ପୈତୃକ ବାସଭବନରେ ତନଖି କରିବା ସହ ଭୁବନେଶ୍ବର ସରକାରୀ ବାସଭବନ ଚଢ଼ାଉ କରିଥିବା ଖବର ମିଳିଛି। ଆଜି ସକାଳ ୬ଟା ୩୦ ମି ସମୟରେ ଏକ ୪ ଜଣିଆ ଟିମ ଆସି ନରସିଂହପୁର ବାସଭବନରେ ରହୁଥିବା ଜଣେ ବୃଦ୍ଧ ଓ ବୃଦ୍ଧାଙ୍କ ସହ ଭିତରୁ କବାଟ କିଳି କଣ ତଦନ୍ତ ଓ ଯାଞ୍ଚ କରିଛନ୍ତି ଜଣାପଡ଼ିନାହିଁ। ତଦନ୍ତ କାରୀଦଳଠାରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ଲିଙ୍କ୍‌କୁ ନେଇ ଖୋଳତାଡ଼ ପାଇଁ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ଚଢ଼ାଉ କରାଯାଉଛି ବୋଲି ଜଣାପଡ଼ିଛି ।

    ସୂଚନା ଥାଉକି, ଦେଢ଼ କୋଟି ଟଙ୍କାର ଡିଲ ପାଇଁ ୧୦ ଲକ୍ଷର ଲାଞ୍ଚ କାରବାର ନେଇ ଡିସେମ୍ୱର ୬ରେ ମେ ଫେୟାର ସାମ୍ନାରେ ଏକ ଦାମୀ କାରରେ ରେଡ୍ ମାରିଥିଲା ଦିଲ୍ଲୀ ସିବିଆଇ। ବ୍ରିଜ ଏଣ୍ଡ୍ ରୁଫ କଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ବି ତନାଘନା କରିଥିଲା ସିବିଆଇ। ଏମିତିକି ମାମଲାରେ ତିନି ଜଣଙ୍କୁ ନିଜ ହେପାଜତରେ ନେଇଛି ସିବିଆଇ। ବ୍ରିଜ ଆଣ୍ଡ ରୁଫ କମ୍ପାନିର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ସନ୍ତୋଷ ମହାରଣା, ଓଡିଶାର ଜଣେ ନାମୀ ଠିକାଦାର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଅଧିକାରୀ ମାରାଥନ ଜେରା କରିଥିଲା ।

    ପରେ ପ୍ରଥମ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ନେଇଥିଲା ସିବିଆଇ। ବ୍ରିଜ  ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଆଇଏଏସ ବିଷ୍ଣୁ ପଡ଼ ସେଠୀଙ୍କ ଲିଙ୍କ ସାମ୍ନାକୁ ଆସିଥିଲା। ଆଇଏଏସ ବିଷ୍ଣୁ ପଦ ସେଠୀଙ୍କ ଡ୍ରାଇଭର ଅଫିସ କର୍ମଚାରୀ, କେୟାର ଟେକର କୁ ଜେରା କରିଥିଲା ସିବିଆଇ। ରିମାଣ୍ଡ ସମୟରେ ଅନେକ ତଥ୍ୟ, ଲାଞ୍ଚ କାରବାର, ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଲାଗିଥିଲା ସିବିଆଇ ହାତରେ।

    ରିମାଣ୍ଡ ସମୟରେ ସମ୍ପୃକ୍ତ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ, ଦୁର୍ନୀତି ବଡ଼ ବଡ଼ ବାବୁଙ୍କ ମଧୁ ଚନ୍ଦ୍ରିକା ସାମ୍ନାକୁ ଆସିଥିଲା । ଟେଣ୍ଡର ଫିକ୍ସିଂଙ୍ଗ ପାଇଁ ବିଲ୍ଡର୍ସ ସଂସ୍ଥା ଠୁ କୋଟିକୋଟି ଟଙ୍କା ପିସି କାରବାର ହେଉଥିଲା। ବରିଷ୍ଟ ଆଇଏଏସ ବିଷ୍ଣୁ ପଦ ସେଠୀଙ୍କୁ ସିବିଆଇର ସମନ କରିଥିଲେ। ଚଞ୍ଚଳ ମୁଖାର୍ଜୀଙ୍କ ସହ ଥିଲା ଭିତିରି ସଂପର୍କ। ଆଇଏଏସ ବିଷ୍ଣୁପଦ ସେଠୀଙ୍କ ୩ ଡ୍ରାଇଭର, କେୟାର ଟେକର, ଅଫିସ କର୍ମଚାରୀଙ୍କୁ ସିବିଆଇ ଅଫିସରେ ମାରାଥନ ଜେରା କରାଯାଇଥିଲା। କିନ୍ତୁ ଆଇଏଏସ ବିଷ୍ଣୁ ପଦ ସେଠୀ ଶାରୀରିକ ଅସୁସ୍ଥତା ଦେଖେଇ ନିଜର ଓକିଲଙ୍କୁ ପଠେଇ ଥିଲେ। ନିଜେ କିନ୍ତୁ ସିବିଆଇ ଅଫିସରେ ହାଜିର ହେଇ ନ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ