Monday, March 30, 2026
33.2 C
Odisha

    ଆଇଏଏସ ସ୍ତରରେ ପ୍ରଥମ ବଡ଼ ଅଦଳବଦଳ

    ଆଗକୁ ପଢନ୍ତୁ

    ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ସରକାର। ବିଜେଡି ସରକାରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟିଏ ପଦବୀରେ ଥିବା ଅନେକ ଅଧିକାରୀଙ୍କୁ ବଦଳି କରାଯାଇଛି। ବରିଷ୍ଠ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ସହ ଇଡକୋ ଚେୟାରମ୍ୟାନ ନିଯୁକ୍ତ କରାଯାଇଛି। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯାଇଛି।ବିଜେଡି ସରକାରରେ କ୍ଷମତାଶାଳୀ ଅଧିକାରୀ ଜି. ମାଥିଭାଥନନଙ୍କୁ ଗୃହ ଏବଂ ସହରୀ ଉନ୍ନତିକରଣ ବିଭାଗରୁ ବଦଳି କରାଯାଇ ଉଷା ପାଢ଼ୀଙ୍କୁ ଏହି ବିଭାଗ ଦାୟିତ୍ୱ ମିଳିଛି। ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ଏବଂ ଶକ୍ତି ବିଭାଗ ଦାୟିତ୍ୱ ମିଳିଥିବା ବେଳେ ବିଶାଳ ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦାୟିତ୍ୱ ମିଳିଛି। ସେହିଭଳି ଅନେକ ଦିନ ଧରି କ୍ରୀଡ଼ା ବିଭାଗ ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ଆର. ଭିନୀଲୀକ୍ରିଷ୍ଣାଙ୍କୁ ଭୂମି ଅଭିଲେଖ ଏବଂ ବନ୍ଦୋବସ୍ତ ବିଭାଗକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡା ବିଭାଗ ଦାୟିତ୍ୱ ମିଳିଛି।
    ଅର୍ଥାତ ଅନେକ ଦିନ ଧରି ବିଜେଡି ସରକାରରେ କ୍ଷମତାଶାଳୀ ବିଭାଗ ଦାୟିତ୍ୱରେ ଥିବା ଦୁଇ ଅଧିକାରୀ ଜି ମାଥିଭାଥନନ ଏବଂ ଆର. ଭିନୀଲୀକ୍ରିଷ୍ଣାଙ୍କୁ କମ୍ ଗୁରୁତ୍ୱ ଥିବା ବିଭାଗକୁ ବଦଳି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ