Wednesday, May 13, 2026
40 C
Odisha

    ଆଜି ବି ଗୃହରେ SCB ଅଗ୍ନିକାଣ୍ଡ ତାତି, ଚାଲିପାରୁନି ବିଧାନସଭା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ବି ଗୃହରେ SCB ତାତି ।  ଚାଲିପାରୁନି ବିଧାନସଭା। SCB ଅଗ୍ନିକାଣ୍ଡ ତାତିରେ ସୁରୁଖୁର ହେଉନି ବିଧାନସଭା। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ ।  ଗୃହ ମଧ୍ୟଭାଗକୁ ଆସି ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି ।  ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଛନ୍ତି ।  ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ବାରମ୍ବାର ମୁଲତବୀ କରିଛନ୍ତି ।  ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।  ବିଜେପି କହିଛି ଆମେ ଚାହୁଁଛୁ ବିରୋଧୀ ଦଳ ଆଲୋଚନାକୁ ଆସନ୍ତୁ ।  ନିଜର ବିଷୟକୁ ଗୃହରେ ଉଠାନ୍ତୁ।

    ବିଧାନସଭା ଭିତରେ ଓ ବାହାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଗର୍ଜିଛନ୍ତି ବିରୋଧୀ ।  ବିରୋଧୀ ନିଜ ଜିଦରେ ଅଟଳ ।   ୧୭ରୁ ଆଜି ଯାଏଁ ବିଧାନସଭା ଚାଲି ପାରୁନାହିଁ ।  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ଅଚଳାବସ୍ଥା ଜାରି ରହିଛି ।  ଆଜି ମଧ୍ଯ ବିରୋଧୀ ବିଧାନସଭା ଭିତରେ ହୋହାଲ୍ଲା ଓ ନାରାବାଜି କରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।  ସେପଟେ ରାଜରାସ୍ତାରେ ଏହି ପ୍ରସଙ୍ଗକୁ ଲୋୟର ପିଏମଜି ସବୁ ବିରୋଧୀ ଦଳ ଏକାଠି ହୋଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40 ° C
    40 °
    40 °
    19 %
    3.1kmh
    67 %
    Wed
    38 °
    Thu
    43 °
    Fri
    44 °
    Sat
    45 °
    Sun
    43 °

    ସମ୍ବନ୍ଧିତ