Thursday, October 8, 2026
22.2 C
Odisha

    ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜ୍ୟ ସରକାର ଆଇଏଫଏସ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କାମ୍ପା ସିଇଓ ଜି. ରାଜେଶଙ୍କୁ ପିସିସିଏଫ ଏବଂ ଏଚ୍‌ଓଏଫଏଫ କାର୍ଯ୍ୟାଳୟରେ ଏଫସିଏ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

    ସେହିପରି ସମ୍ବଲପୁର ସର୍କଲ୍ ଆରସିସିଏଫ୍ ଟି. ଅଶୋକ କୁମାରଙ୍କୁ କାମ୍ପା ସିଇଓ ତଥା ସିସିଏଫ ଭାବେ ଦାୟିତ୍ବ ଦିଆଯାଇଛି। ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର୍ ସ୍ବାଇଁ ଅନୁଗୋଳ ସର୍କଲ ଆରସିସିଏଫ୍ ଭାବେ ନିଜ ଦାୟିତ୍ବ ସହ ଅତିରିକ୍ତ ଭାବେ ଅନୁଗୋଳ ଫରେଷ୍ଟ ରେଞ୍ଜର୍ସ କଲେଜ ନିର୍ଦେଶକ ଦାୟିତ୍ବ ତୁଲାଇବେ। ସୁଧାଂଶୁ ଶେଖର ଖୋରାଙ୍କୁ ଭୁବନେଶ୍ବର ଆରପିଆରସି ସିଇ ଭାବେ ନିଯୁକ୍ତି ଦିଆଯାଇଛି।

    ସ୍ବୟଂମ୍ ମଲ୍ଲିକଙ୍କୁ ଜଙ୍ଗଲ ବିଭାଗ ସ୍ବତନ୍ତ୍ର ସଚିବ, ସଂଗ୍ରାମ କେଶରୀ ବେହେରାଙ୍କୁ ଭୁବନେଶ୍ବର ଓଏଫଡିସି ନିର୍ଦେଶକ (ବାଣିଜ୍ୟିକ), ପି. ଆର୍ଥନାରୀଙ୍କୁ ଅତିରିକ୍ତ ଭାବେ ଭୁବନେଶ୍ବର ଆରସିସିଏଫ ଦାୟିତ୍ବ ତୁଲାଇବାକୁ କୁହାଯାଇଛି। ବଣାଇ ଡିଏଫଓ ଲଳିତ କୁମାର ପାତ୍ରଙ୍କୁ ଢେଙ୍କାନାଳ ବଦଳି କରାଯାଇଛି। ଏହିପରି ଭାବେ ୨୦ ଆଇଏଫଏସ୍ ଅଧିକାରୀଙ୍କ ଅଦଳବଦଳ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ