Sunday, May 24, 2026
43.7 C
Odisha

    ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ପରମାର ସ୍ମିତ ପରଷୋତ୍ତମଦାସ ସିଆଇଡି-ସିବି, କଟକର ଏସପି ପଦବୀରୁ ବଦଳି ହୋଇ ନୟାଗଡ଼ର ନୂତନ ଏସପି ଦାୟିତ୍ୱ ଗ୍ରହଣ କରିବେ । ବିବେକାନନ୍ଦ ଶର୍ମା ଖୋର୍ଦ୍ଧା ଏସପି ପଦବୀରୁ ବଦଳି ହୋଇ କଟକ ସିଆଇଡି-ସିବି ର ଏସପି ଭାବେ କାର୍ଯ୍ୟଭାର ସମ୍ଭାଳିବେ । ସ୍ୱାତୀ ଏସ. କୁମାର ରାୟଗଡ଼ା ଏସପି ପଦବୀରୁ ବଦଳି ହୋଇ ଭୁବନେଶ୍ୱର ଏସଟିଏଫ (STF) ର ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରହ୍ଲାଦ ସହାୟ ମୀନା ବରଗଡ଼ ଏସପି ପଦବୀରୁ ବଦଳି ହୋଇ ଗଜପତି ଜିଲ୍ଲାର ନୂତନ ଏସପି ହୋଇଛନ୍ତି । ଏସ. ସୁଶ୍ରୀ ନୟାଗଡ଼ ଏସପି ପଦବୀରୁ ବଦଳି ହୋଇ ଖୋର୍ଦ୍ଧାର ଏସପି ଭାବେ ଦାୟିତ୍ୱ ନେଇଛନ୍ତି । ରାଜ ପ୍ରସାଦ ସ୍ପେଶାଲ ବ୍ରାଞ୍ଚ ଏସପି ପଦବୀରୁ ରାୟଗଡ଼ାର ନୂତନ ଏସପି ଭାବେ ବଦଳି ହୋଇଛନ୍ତି । ଶୁଭେନ୍ଦୁ କୁମାର ପାତ୍ର ଗଞ୍ଜାମ ଏସପି ପଦବୀରୁ ବଦଳି ହୋଇ କଟକ ସିଆଇଡି, ସିବି ର ଏସପି ଭାବେ ନିଯୁକ୍ତ ହୋଇଛନ୍ତି ।

    ରାହୁଲ ଗୋଏଲ ବୌଦ୍ଧ ଏସପି ପଦବୀରୁ ସ୍ପେଶାଲ ବ୍ରାଞ୍ଚର ଏସପି ଭାବେ ବଦଳି ହୋଇଛନ୍ତି । ହରିଶା ବି. ସି. କନ୍ଧମାଳ ଏସପି ପଦବୀରୁ ବଦଳି ହୋଇ ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଭାଗ୍ୟପ୍ରଦ ଜଗନ୍ନାଥ (IPS): ଭଦ୍ରକର ଅତିରିକ୍ତ ଏସପି ପଦବୀରୁ ଉନ୍ନତି ପାଇ ନବରଙ୍ଗପୁରର ଏସପି ଭାବେ ଅବସ୍ଥାପିତ ହୋଇଛନ୍ତି । କୁଲଦୀପ ମୀନା ମାନ୍ୟବର ରାଜ୍ୟପାଳଙ୍କ ଏଡିସି ପଦବୀରୁ ବଦଳି ହୋଇ ବୌଦ୍ଧ ଜିଲ୍ଲାର ଏସପି ଭାବେ ନିଯୁକ୍ତି ପାଇଛନ୍ତି । ରମେଶ ପ୍ରସାଦ ରାୟଗଡ଼ାର ଅତିରିକ୍ତ ଏସପି ପଦବୀରୁ ବଦଳି ହୋଇ କନ୍ଧମାଳର ନୂତନ ଏସପି ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43.7 ° C
    43.7 °
    43.7 °
    11 %
    2.5kmh
    0 %
    Sun
    45 °
    Mon
    45 °
    Tue
    46 °
    Wed
    46 °
    Thu
    46 °

    ସମ୍ବନ୍ଧିତ