Thursday, August 20, 2026
23.5 C
Odisha

    ରାଜଧାନୀରେ ପୁଣି ଥାର ଆତଙ୍କ ! ଗ୍ୟାରେଜ ଭିତରେ ପଶିଗଲା ଦ୍ରୁତଗତି ଥାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀରେ ପୁଣି ଥରେ ଥାର ଆତଙ୍କ ଦେଖିବାକୁ ମିଳିଛି । ଗ୍ୟାରେଜ ଭିତରେ ପଶିଗଲା ଦ୍ରୁତଗତି ଥାର । ନିଶାଶକ୍ତ ଅବସ୍ଥାରେ ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ଥାର ଗାଡ଼ି ପସେଇ ଦେଇଛି । ଘଟଣାରେ ଗ୍ୟାରେଜ ମାଲିକ ଓ ତାର ସହଯୋଗୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

    ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଥାର ହଠାତ୍ ଭାରସାମ୍ୟ ହରାଇ ସିଧା ଗ୍ୟାରେଜ ଭିତରକୁ ପଶିଯାଇଥିଲା । ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ମଦ୍ୟପ ଥାର ଡ୍ରାଇଭରକୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ । ଥାର ଭିତରୁ ମଦ ବୋତଲ ଜବତ ହୋଇଥିବା ବେଳେ ଗାଡ଼ିରେ ବସିଥିବା କିଛି ଯୁବକ ଫେରାର ହୋଇଯାଇଛନ୍ତି । ରାଜଧାନୀରେ ଲଗାତାର ନିଶା ଡ୍ରାଇଭିଂ ଘଟଣା ବଢ଼ୁଥିବା ବେଳେ ପୁଣି କମିଶନରେଟ ପୋଲିସର ଏନଫୋର୍ସମେଣ୍ଟକୁ ନେଇ ପ୍ରଶ୍ନ ଉଠିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.5 ° C
    23.5 °
    23.5 °
    93 %
    1.6kmh
    36 %
    Wed
    23 °
    Thu
    27 °
    Fri
    29 °
    Sat
    25 °
    Sun
    25 °

    ସମ୍ବନ୍ଧିତ