Saturday, September 19, 2026
24.2 C
Odisha

    ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି – ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ବାତିଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫିରେ ଆଜି ରାଓ୍ଵଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଆୟୋଜକ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍ ଲଗାଣ ବର୍ଷା ଯୋଗୁଁ ବାତିଲ ହୋଇଛି। ଗତ ୨୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ପାକିସ୍ତାନ ଗୋଟିଏ ବି ବିଜୟ ହାସଲ ନକରି ନିଜର ବିପର୍ଯ୍ୟସ୍ତ ଅଭିଯାନ ଶେଷ କରିଛି। ବାଂଲାଦେଶ ମଧ୍ୟ ବିନା ବିଜୟରେ ଯାତ୍ରା ଶେଷ କରିଛି। ଗୋଟିଏ ପଏଣ୍ଟ ଉଭୟ ଦଳ ବାଣ୍ଟିବେ। ରାୱଲପିଣ୍ଡିରେ ଦ୍ୱିତୀୟ ଥର ପାଇଁ ବିନା ବଲରେ କୌଣସି ମ୍ୟାଚ୍ ବାତିଲ ହୋଇଥିବା ବେଳେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଥର ପାଇଁ ମ୍ୟାଚ୍ ବାତିଲ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    90 %
    1.5kmh
    100 %
    Fri
    24 °
    Sat
    30 °
    Sun
    30 °
    Mon
    29 °
    Tue
    30 °

    ସମ୍ବନ୍ଧିତ