Thursday, October 22, 2026
30.1 C
Odisha

    ଆଇସିସି ବ୍ୟାଟିଂ ମାନ୍ୟତା: ଦ୍ବିତୀୟ ସ୍ଥାନରେ ସ୍ମୃତି

    ଆଗକୁ ପଢନ୍ତୁ

    ଦୁବାଇ   : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ମହିଳା ବ୍ୟାଟିଂ ମାନ୍ୟତାରେ ଭାରତର ସ୍ମୃତି ମାନ୍ଧାନା ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ସାଥୀ ଖେଳା​ଳି ଶେଫାଳୀ ବର୍ମା ଷଷ୍ଠ ସ୍ଥାନରେ ଓ ଜେମିମା ରୋଡ୍ରିଗ୍ସ ୧୧ତମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଅଧିନାୟିକା ହରମନପ୍ରିତ୍‌ କୌର୍‌ ନିଜର ମାନ୍ୟତାରେ ଉନ୍ନତି ହାସଲ କରି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ବ୍ୟାଟର୍‌ ବେଥ୍‌ ମୁନି ପ୍ରଥମ ସ୍ଥାନରେ ଅଛନ୍ତି।

    ବୋଲରମାନଙ୍କ ମଧ୍ୟରେ ସ୍ପିନ୍‌ ଅଲ୍‌ରାଉଣ୍ଡର ଦିପ୍ତି ଶର୍ମା ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଦ୍ରୁତ ବୋଲର ରେଣୁକା ସିଂ ଠାକୁର ଷଷ୍ଠସ୍ଥାନ ବଜାୟ ରଖିଛନ୍ତି। ଏହି ତାଲିକାରେ ପାକିସ୍ତାନର ସାଦିଆ ଇକ୍‌ବାଲ୍‌ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ଅଲରାଉଣ୍ଡର୍‌ ମାନ୍ୟତାରେ ଭାରତର ଦିପ୍ତି ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    49 %
    1.8kmh
    38 %
    Thu
    30 °
    Fri
    29 °
    Sat
    29 °
    Sun
    28 °
    Mon
    27 °

    ସମ୍ବନ୍ଧିତ