Friday, October 2, 2026
25.2 C
Odisha

    ୫୯୮୯ ନର୍ସିଂ ଅଫିସର, ୨୪୦ ରେଡିଓଗ୍ରାଫରଙ୍କ ପଦବିକୁ ଅନୁମୋଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ  ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବିକୁ ଅନୁମୋଦନ ଦେଇଛନ୍ତି।

    ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ମାନବ ସମ୍ପଦର ଅଭାବ କମିବା ସହିତ ରୋଗୀମାନଙ୍କୁ ଉନ୍ନତ ଏବଂ ସମୟୋପଯୋଗୀ ସେବା ଯୋଗାଇ ଦିଆଯାଇପାରିବ। ନବନିଯୁକ୍ତ ନର୍ସିଂ ଅଫିସରମାନେ ରୋଗୀ ସେବାରେ ମୁଖ୍ୟ ଭୂମିକା ନିଭାଇବେ ଓ ରେଡିଓଗ୍ରାଫରମାନେ ନିଦାନତ୍ମକ ସେବାକୁ ଆହୁରି ସୁଦୃଢ଼ କରିବେ।

     

    ଏହି ଅନୁମୋଦନ ପରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସର୍ବଦା ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧ । ଏହି ନିଯୁକ୍ତି ଦ୍ୱାରା ରୋଗୀ ସେବା ଉନ୍ନତ ହେବା ସହିତ ସ୍ୱାସ୍ଥ୍ୟ ପ୍ରଣାଳୀ ଆହୁରି ସକ୍ଷମ ହେବ। ବିଭାଗ ପକ୍ଷରୁ ଶୀଘ୍ର ନର୍ସିଂ ଅଫିସର ଏବଂ ରେଡିଓଗ୍ରାଫରମାନଙ୍କ ନିଯୁକ୍ତି ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ  ଗୁଡିକ ବିଭାଗ ପକ୍ଷରୁ ଖୁବ ଶୀଘ୍ର ପ୍ରକାଶ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ