Friday, October 2, 2026
22.2 C
Odisha

    ଆଇସିୟୁରେ ପୂର୍ବତନ ଆଫଗାନିସ୍ତାନ କ୍ରିକେଟର ଶପୁର ଜାଦ୍ରନ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ପୂର୍ବତନ ଆଫଗାନିସ୍ତାନ କ୍ରିକେଟର ଶପୁର ଜାଦ୍ରନ୍ ବର୍ତ୍ତମାନ ତାଙ୍କ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ସେ ଏକଦା ଆଫଗାନିସ୍ତାନ ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ । ଏବଂ ତାଙ୍କ ଦ୍ରୁତ ବୋଲିଂ ପାଇଁ ସେ ଖୁବ୍ ଜଣାଶୁଣା। କିନ୍ତୁ ୩୮ ବର୍ଷୀୟ ଦ୍ରୁତ ବୋଲର ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି। ରିପୋର୍ଟ ଅନୁଯାୟୀ ଶ୍ୱେତ ରକ୍ତ କଣିକା ସଂଖ୍ୟା କମ୍ ଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତରଙ୍କ କଡ଼ା ତତ୍ତ୍ୱାବଧାନରେ ଅଛନ୍ତି। ସେ ୨୦୦୯ ମସିହାରେ ଆଫଗାନିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ସେବେଠାରୁ ସେ ମୋଟ ୮୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୭୧ଟି ୱିକେଟ୍ ନେଇଛନ୍ତି। ଗତବର୍ଷ ଜାଦ୍ରନ୍ ତାଙ୍କର ଅବସର ଘୋଷଣା କରିଥିଲେ। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି। ଏବଂ ସେ ଏବେ ଆଇସିୟୁରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । କ୍ରିକେଟ ଜଗତର ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ