Monday, April 6, 2026
33.6 C
Odisha

    ଆଉ ଏକ ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ବାୟୁସେନାର ଆଉ ଏକ ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ଦିଆଯାଇଛି। ଯୁଦ୍ଧବିମାନଟି ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଉଡାଣ କରି ଲ୍ୟାଣ୍ଡିଂ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚଳିତମାସରେ ଏହି ଦୁର୍ଘଟଣା ହୋଇଥିବାବେଳେ ପାଇଲଟ୍ ସୁରକ୍ଷିତ ଭାବେ ଏଥିରୁ ବାହାରି ଆସିଥିଲେ। ବୈଷୟିକ ତ୍ରୁଟି କାରଣରୁ ଯୁଦ୍ଧବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ଏହା ତୃତୀୟ ଘଟଣା। ୨୦୨୪ ମାର୍ଚ୍ଚରେ ଜୟସାଲ୍‌ମେରରେ ପ୍ରଥମ ​‌ତେଜସ୍ ଦୁର୍ଘଟଣା ହୋଇଥିଲା। ୨୦୨୫ ନଭେମ୍ବରରେ ଦୁବାଇର ଆନ୍ତର୍ଜାତିକ ଏୟାର ଶୋ’ ବେଳେ ଦ୍ବିତୀୟ ତେଜସ୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ