Monday, September 28, 2026
22.5 C
Odisha

    ଚନ୍ଦ୍ରପୃଷ୍ଠରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ପ୍ରଥମ ଥର ମଣିଷ ଆଖିରେ ଦେଖିଲା ‘ଓରିଏଣ୍ଟାଲ୍ ବେସିନ୍’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ପ୍ରଥମ ଥର ମଣିଷ ଆଖିରେ ଦେଖିଲା ‘ଓରିଏଣ୍ଟାଲ୍ ବେସିନ୍’। ଚନ୍ଦ୍ର ସେପାରି ଦୁନିଆ ଦେଖିଲେ ୪ ମହାକାଶଚାରୀ ।
    ଆସିଲା ଓରିଏଣ୍ଟାଲ୍ ବେସିନ୍’ର ସମ୍ପୂର୍ଣ୍ଣ ଫଟୋ। ଓରିଏଣ୍ଟାଲ୍ ବେସିନ୍ କ’ଣ ? ଏହା ଚନ୍ଦ୍ରପୃଷ୍ଠରେ ଥିବା ଏକ ବିଶାଳ ଗର୍ତ୍ତ ବା କୁଣ୍ଡ। ଯାହାର ଓସାର ପ୍ରାୟ ୯୩୦ କିଲୋମିଟର। ପ୍ରାୟ ୩.୮ ବିଲିୟନ ବର୍ଷ ପୂର୍ବେ ଏକ ବଡ଼ ଧୂମକେତୁ ବା ଗ୍ରହାଣୁ ମାଡ଼ ହେବା ଫଳରେ ଏହା ସୃଷ୍ଟି ହୋଇଥିଲା। ଏହା ଦେଖିବାକୁ ପଥରର ବଳୟ ପରି। ଏହାର କିଛି ଅଂଶ ଚନ୍ଦ୍ରର ପଛ ପଟେ ରହିଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଦେଖିବା ସମ୍ଭବ ହୋଇନଥିଲା। ପୂର୍ବରୁ କେବଳ ରୋବୋଟିକ୍ କ୍ୟାମେରାରେ ଏହାର ଫଟୋ ନିଆଯାଇଥିଲା। କିନ୍ତୁ ପ୍ରଥମ ଥର ପାଇଁ ମଣିଷ ନିଜ ଆଖିରେ ଏହି ସମ୍ପୂର୍ଣ୍ଣ ଦୃଶ୍ୟକୁ ଦେଖିଲା।

    ଏହି ସ୍ଥାନଟି ଚନ୍ଦ୍ରର ଭୌଗୋଳିକ ସଂରଚନା ବୁଝିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ। ଏହି ପରୀକ୍ଷାମୂଳକ ଯାତ୍ରା ସଫଳ ହେଲେ, ଆଗକୁ ଚନ୍ଦ୍ରପୃଷ୍ଠରେ ମଣିଷ ଓହ୍ଲାଇବା ପାଇଁ ବାଟ ପରିଷ୍କାର ହେବ। ମହାକାଶଚାରୀ କ୍ରିଷ୍ଟିନା କୋଚ୍ କହିଛନ୍ତି, ଏହି ଦୃଶ୍ୟ ଅତି ସୁନ୍ଦର ଏବଂ ସେ ପୂର୍ବରୁ ଚନ୍ଦ୍ରକୁ ଯେମିତି ଦେଖିଥିଲେ, ଏହା ତା’ଠାରୁ ସମ୍ପୂର୍ଣ୍ଣ ଅଲଗା। ଆଜି ମହାକାଶଚାରୀମାନେ ଚନ୍ଦ୍ରର ସବୁଠାରୁ ନିକଟରେ ଗତି କରୁଛନ୍ତି। ଏହାର ଅନେକ ଗୁରୁତ୍ୱପୂର୍ଣ୍ଣ ଫଟୋ ଉତ୍ତୋଳନ କରୁଛନ୍ତି। ଏପ୍ରିଲ ୧ରେ ରେ ନାସା ପକ୍ଷରୁ ‘ଆର୍ଟେମିସ୍-୨’ ମିଶନ ଆରମ୍ଭ ହୋଇଛି। ଏଥିରେ ୪ ଜଣ ମହାକାଶଚାରୀ ଓରିଅନ୍ ମହାକାଶଯାନରେ ଚନ୍ଦ୍ର ଅଭିମୁଖେ ଯାଇଛନ୍ତି। ୧୯୭୨ ମସିହା ପରେ ଏହା ହେଉଛି ମଣିଷ ନେଇ ଯାଇଥିବା ପ୍ରଥମ ଚନ୍ଦ୍ର ମିଶନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ