Sunday, July 12, 2026
30.9 C
Odisha

    ଆଉ ନାହାନ୍ତି ଦକ୍ଷିଣ ଭାରତର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା ଏସ୍. ଜାନକୀ

    ଆଗକୁ ପଢନ୍ତୁ

    ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଭାରତର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା ଏସ୍. ଜାନକୀଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ସମସ୍ତେ ତାଙ୍କୁ ସ୍ନେହରେ ‘ଜାନକୀ ଅମ୍ମା’ ବୋଲି ଡାକୁଥିଲେ । ତାଙ୍କ ଦେହାନ୍ତରେ ସମଗ୍ର ଭାରତୀୟ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

    ଜାନକୀ ଅମ୍ମା କେବଳ ତାଙ୍କ ସୁନ୍ଦର ଗୀତ ପାଇଁ ନୁହେଁ, ସ୍ପଷ୍ଟ ମତ ରଖିବା ପାଇଁ ମଧ୍ୟ ପରିଚିତ ଥିଲେ । ୨୦୧୩ ମସିହାରେ କେନ୍ଦ୍ର ସରକାର ତାଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ସେ ଏହି ସମ୍ମାନ ଗ୍ରହଣ କରିନଥିଲେ । ତାଙ୍କ କହିବା ଥିଲା, ସଙ୍ଗୀତ କ୍ଷେତ୍ରରେ ତାଙ୍କ ଦୀର୍ଘ ଅବଦାନ ପାଇଁ ତାଙ୍କୁ ବହୁ ପୂର୍ବରୁ ସର୍ବୋଚ୍ଚ ସମ୍ମାନ ମିଳିବା ଉଚିତ ଥିଲା ।

    ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କହିଛନ୍ତି ଯେ, ତାଙ୍କ ବିୟୋଗରେ ଭାରତୀୟ ସଙ୍ଗୀତ ଜଗତର ଏକ ବଡ଼ କ୍ଷତି ହୋଇଛି । ସେ ଜାନକୀ ଅମ୍ମାଙ୍କ ପରିବାର, ସଙ୍ଗୀତ ଜଗତ ଓ ତାଙ୍କ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଜାନକୀ ଅମ୍ମା ତାଙ୍କ କ୍ୟାରିୟରରେ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୩୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ । ତାଙ୍କ ସୁମଧୁର କଣ୍ଠ ସଙ୍ଗୀତପ୍ରେମୀଙ୍କ ମନରେ ସବୁବେଳେ ଅମର ହୋଇ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.9 ° C
    30.9 °
    30.9 °
    57 %
    5.6kmh
    78 %
    Sun
    32 °
    Mon
    33 °
    Tue
    26 °
    Wed
    31 °
    Thu
    33 °

    ସମ୍ବନ୍ଧିତ