Friday, October 2, 2026
22.9 C
Odisha

    ଜାଣନ୍ତୁ ହାର୍ଟ ଆଟାକ ଆସିବା ପୂର୍ବରୁ ଶରୀରରେ ଦେଖାଯାଉଥିବା ପ୍ରାରମ୍ଭିକ ସଙ୍କେତ

    ଆଗକୁ ପଢନ୍ତୁ

    ଶରୀରରେ ହାର୍ଟ ଆଟାକ ବା ହୃଦଘାତ ସେତେବେଳେ ହୋଇଥାଏ, ଯେତେବେଳେ ହୃଦୟର ମାଂସପେଶୀଗୁଡ଼ିକ ବ୍ଲକ୍ ହେବାକୁ ଲାଗେ ଏବଂ ହୃଦୟକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇପାରେ ନାହିଁ । ଏଭଳି ସ୍ଥିତିରେ ହୃଦୟ ପାଖକୁ ଅମ୍ଳଜାନ ପହଞ୍ଚିପାରେ ନାହିଁ ଏବଂ ସେଠାରେ ଥିବା ଟିସୁଗୁଡ଼ିକ ନଷ୍ଟ ହେବାକୁ ଲାଗନ୍ତି ।

    ତେଣୁ ହାର୍ଟ ଆଟାକର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ସମୟ ଥାଉ ଥାଉ ଚିହ୍ନିବା ଅତ୍ୟନ୍ତ ଜରୁରୀ, ନଚେତ୍ ରୋଗୀର ଜୀବନ ଯିବାର ଆଶଙ୍କା ଥାଏ । ଆସନ୍ତୁ ଜାଣିବା ହାର୍ଟ ଆଟାକ ଆସିବାର କିଛି ପ୍ରାରମ୍ଭିକ ସଙ୍କେତ ବିଷୟରେ, ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ ।

    ଛାତିରେ ଅସହଜତା ବା କଷ୍ଟ ଅନୁଭବ ହେବା : ହାର୍ଟ ଆଟାକର ଅନ୍ୟ ଏକ ପ୍ରମୁଖ ଲକ୍ଷଣ ହେଉଛି ଅଣିଶ୍ୱାସୀ ଲାଗିବା ବା ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା । ରୋଗୀର ହଠାତ୍ ସ୍ୱାଭାବିକ ଭାବେ ନିଶ୍ୱାସ ନେବାରେ କଷ୍ଟ ହୁଏ । ଏହି ସମସ୍ୟା କେବଳ କୌଣସି ପରିଶ୍ରମ କାମ କରୁଥିବା ବେଳେ ନୁହେଁ, ବରଂ ଆରାମରେ ବସିଥିବା ସମୟରେ ମଧ୍ୟ ହୋଇପାରେ ।

    ସବୁବେଳେ କ୍ଳାନ୍ତ ଲାଗିବା : ପୁରୁଷମାନେ ପ୍ରାୟତଃ ଏହି ଲକ୍ଷଣକୁ ଅଣଦେଖା କରିଦିଅନ୍ତି । ସେମାନେ ଭାବନ୍ତି ଯେ କାମର ବୋଝ ଯୋଗୁଁ କ୍ଳାନ୍ତ ଲାଗୁଛି, ମାତ୍ର ଏହି ଅତ୍ୟଧିକ ଥକ୍କାପଣ ମଧ୍ୟ ହାର୍ଟ ଆଟାକର ଏକ ବଡ଼ ସଙ୍କେତ ହୋଇପାରେ । ହୃଦୟରୁ ଶରୀରର ଅନ୍ୟ ଅଂଶକୁ ସଠିକ୍ ପରିମାଣର ରକ୍ତ ସଞ୍ଚାଳନ ନହେଲେ ଏଭଳି ଦୁର୍ବଳତା ପ୍ରକାଶ ପାଇଥାଏ ।

    ପେଟ ଜନିତ ସମସ୍ୟା ଦେଖାଦେବା : ହାର୍ଟ ଆଟାକର ଲକ୍ଷଣରେ ପେଟ ଜନିତ ସମସ୍ୟା ମଧ୍ୟ ସାମିଲ ଥାଏ । ପେଟରେ କଷ୍ଟ ହେବା, ବାନ୍ତି ଲାଗିବା ବା ବାନ୍ତି ହେବା, ସବୁବେଳେ ଅଶାନ୍ତି ଲାଗିବା ଏବଂ ଛାତି ପୋଡ଼ିବା ବା ହଜମ ପ୍ରକ୍ରିୟା ଠିକ୍‌ ଭାବେ ନହେବା ମଧ୍ୟ ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରୁ ଅନ୍ୟତମ ।

    ଥଣ୍ଡା ପତଳା ଝାଳ ବୋହିବା : କୌଣସି କାରଣ ନଥାଇ ହଠାତ୍ ଶରୀରରୁ ଥଣ୍ଡା ଝାଳ ବୋହିବା, ମୁଣ୍ଡ ବୁଲାଇବା ଏବଂ ଅତ୍ୟଧିକ ଚିନ୍ତା ବା ଛଟପଟ ଅନୁଭବ ହେବା ହାର୍ଟ ଆଟାକର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।

    ଏହି ସବୁ ଲକ୍ଷଣଗୁଡ଼ିକୁ କଦାପି ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତୁ ନାହିଁ । ଏଭଳି ସ୍ଥିତି ଉପୁଜିଲେ ବିନା ବିଳମ୍ବରେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ, ଯାହାଦ୍ୱାରା ଜଣେ ରୋଗୀର ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ