Monday, March 23, 2026
20.4 C
Odisha

    ଆଉ ନାହାନ୍ତି ଫିଲ୍ମ ଆକ୍ଟର ଅଚ୍ୟୁତ୍ ପୋତଦାର୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପରଲୋକରେ ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସ ଫିଲ୍ମର ପ୍ରଫେସର। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାର। ଚିକିତ୍ସାଧୀନ ଅବସ୍ଥାରେ ଥାଣେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ସେ ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ। ଅଚ୍ୟୁତଙ୍କ ମୃତ୍ୟୁ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଆଜି ଥାଣେରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ୪୪ ବର୍ଷ ବୟସରେ ସେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ପାଖାପାଖି ୧୨୫ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚିତ୍ରରେ କାମ କରିଥିଲେ। ଏପରିକି ୧୦୦ରୁ ଅଧିକ ଟିଭି ସିରିଏଲରେ ମଧ୍ୟ ସେ ଅଭିନୟର ଜାଦୁ ଦେଖାଇଛନ୍ତି। ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ଭାରତୀୟ ସେନାରେ କାମ କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ