Wednesday, April 15, 2026
27.7 C
Odisha

    ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି, କାଲିଠୁ ମିଳିବ ୨୦% ଅଧିକ ଗ୍ୟାସ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: : ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି । କାଲିଠୁ ମିଳିବ ୨୦% ଅଧିକ ଗ୍ୟାସ୍ । ସରକାରୀ କ୍ୟାଣ୍ଟିନ୍ ଓ ଡାଏରୀ ଶିଳ୍ପକୁ ମିଳିବ ପ୍ରାଥମିକତା । ଦେଶରେ ଚାଲିଥିବା ଗ୍ୟାସ୍ ସଂକଟ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଯୋଗାଣ କମାଇ ଦିଆଯାଇଛି । ଫଳରେ ଲୋକଙ୍କୁ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୂର କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ବର୍ତ୍ତମାନ ଯୋଗାଣ ପରିମାଣ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସଚିବ ଡ. ନୀରଜ ମିତ୍ତଲ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ।

    ଆସନ୍ତାକାଲିଠୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ, ରାଜ୍ୟଗୁଡ଼ିକୁ ଆଉ ଅଧିକ ୨୦% ଗ୍ୟାସ୍ ଯୋଗାଇ ଦିଆଯିବ। ଫଳରେ ମୋଟ ଯୋଗାଣ ପରିମାଣ ସଂକଟ ପୂର୍ବରୁ ମିଳୁଥିବା କୋଟାର ୫୦% କୁ ବୃଦ୍ଧି ପାଇବ। ଏହି ବର୍ଦ୍ଧିତ ୨୦% ଗ୍ୟାସ୍ ମୁଖ୍ୟତଃ ପ୍ରାଥମିକତା ଭିତ୍ତିରେ ଦିଆଯିବ। ରେଷ୍ଟୁରାଣ୍ଟ, ଢାବା, ହୋଟେଲ,ଶିଳ୍ପ ସଂସ୍ଥାର କ୍ୟାଣ୍ଟିନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ଦୁଗ୍ଧ ଶିଳ୍ପ,ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ ଦ୍ୱାରା ଚାଲୁଥିବା ସ୍ୱଳ୍ପମୂଲ୍ୟ କ୍ୟାଣ୍ଟିନ୍ ଓ କମ୍ୟୁନିଟି କିଚେନକୁ ବର୍ଦ୍ଧିତ ୨୦% ଗ୍ୟାସ୍ ମିଳିବ । ସେହିପରି ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ଦିଆଯିବ। ଏହି LPG ଯେପରି ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର ନହୁଏ । ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    46 %
    1.1kmh
    0 %
    Wed
    42 °
    Thu
    43 °
    Fri
    44 °
    Sat
    44 °
    Sun
    45 °

    ସମ୍ବନ୍ଧିତ