ମୁମ୍ବାଇ : ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୁଃଖଦ ଖବର । CBFC ର ପୂର୍ବତନ ଚେୟାରମ୍ୟାନ ତଥା ପ୍ରଯୋଜନା ପହଲାଜ ନିହଲାନୀଙ୍କ ପରଲୋକ । ଦୀର୍ଘଦିନରୁ ରୋଗରେ ପୀଡିତ ଥିଲେ ପହଲାଜ ନିହଲାନୀ । ଲିଭରଜନିତ ସମସ୍ୟା ଯୋଗୁଁ ତାଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।
ତାଙ୍କ ପରିବାର ତରଫରୁ କୁହାଯାଇଛି କି , ଗଭୀର ଦୁଃଖ ସହିତ ଆମେ ଆପଣଙ୍କୁ ଜଣାଉଛୁ ଯେ, ଆମର ପ୍ରିୟ ପହଲାଜ ନିହଲାନୀଙ୍କ ନିଧନ ୪ ଜୁନ୍ ୨୦୨୬ରେ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୩ଟାରେ ସାନ୍ତାକ୍ରୁଜ ହିନ୍ଦୁ ଶ୍ମଶାନରେ କରାଯିବ ।
ପହଲାଜଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବଡ଼ କ୍ଷତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଏବଂ ବି-ଟାଉନ ଷ୍ଟାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ମୃତ୍ୟୁ ନେଇ ସମସ୍ତେ ସ୍ତବ୍ଧ ରହିଛନ୍ତି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ଫ୍ୟାନ୍ସ ପ୍ରାର୍ଥନା କରୁଛନ୍ତି ।
ପହଲାଜ ବଲିଉଡରେ ଆଖେଁ, ଅନ୍ଦାଜ, ତଲାସ, ରଙ୍ଗିଲା ରାଜା, ହାତକଡୀ, ଇଲଜାମ, ଜୁଲି ୨ ଭଳି ଫିଲ୍ମ କରିଛନ୍ତି । ପହଲାଜ ଗୋବିନ୍ଦା ଏବଂ ଅକ୍ଷୟ କୁମାରଙ୍କୁ ବଲିଉଡରେ ନୂଆ ପରିଚୟ ଦେଇଥିଲେ
