Friday, June 26, 2026
26.3 C
Odisha

    ଆଜି ହେଉଛି ପାଳନକର୍ତ୍ତା ଭଗବାନ ବିଷ୍ଣୁ ଓ ଦେବତାଙ୍କ ଗୁରୁ ବୃହସ୍ପତିଙ୍କ ଦିନ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ଓ ପର୍ବାଣୀ ରହିଛି । ପ୍ରତି ଦିନ କୌଣସି ନା କୌଣସି ଦେବୀ, ଦେବତା ଓ ଗ୍ରହଙ୍କୁ ସମର୍ପିତ କରାଯାଇଛି। ଗୁରୁବାର ଦିନଟି ଜଗତର ପାଳନକର୍ତ୍ତା ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ସମର୍ପିତ। ଏହି ଦିନଟି ଦେବତାଙ୍କ ଗୁରୁ ବୃହସ୍ପତିଙ୍କୁ ମଧ୍ୟ ଦିଆଯାଇଛି। ଏହି ଦିନ ବିଧି-ବିଧାନର ସହ ଶ୍ରୀହରି ବିଷ୍ଣୁଙ୍କ ବ୍ରତ ଓ ପୂଜାର୍ଚ୍ଚନା କରାଯାଏ। ଏହା ସହିତ ଗୁରୁ ବୃହସ୍ପତିଙ୍କ ପୂଜା ଓ ପ୍ରତିକାର ମଧ୍ୟ କରାଯାଏ। ଏହାକୁ ପୁରୁଷୋତ୍ତମ ମାସ ଓ ମଳମାସ ମଧ୍ୟ କୁହାଯାଏ। ଆଜି ପୁରୁଷୋତ୍ତମ ମାସ ଏବଂ ଗୁରୁବାରର ସଂଯୋଗ ରହିଛି।

    ମାନ୍ୟତା ଅନୁସାରେ, ପୁରୁଷୋତ୍ତମ ମାସର ଗୁରୁବାର ଦିନ କିଛି ଶୁଭ କାମ ଯେପରିକି; ଭଗବାନ ବିଷ୍ଣୁଙ୍କ ବିଶେଷ ପୂଜା ଆରାଧନା କରିବା ଓ ଦାନ କରିବା ଦ୍ୱାରା ସୁଖ ଓ ସମୃଦ୍ଧି ବଢ଼ିଥାଏ। ଜୀବନରେ ଶୁଭ ଫଳ ଆସେ ଏବଂ ଧନ-ଐଶ୍ୱଯ୍ୟା ବୃଦ୍ଧି ହୋଇଥାଏ।

    ଗୁରୁବାର କରନ୍ତୁ ଏହି କାମ

    କଦଳୀ ଗଛର ପୂଜା: ଗୁରୁବାର ବ୍ରତଧାରୀମାନେ କଦଳୀ ଗଛର ପୂଜା ନିଶ୍ଚୟ କରନ୍ତୁ। ପୂଜା ସମୟରେ କଦଳୀ ଗଛର ମୂଳରେ କିଛି ବୁଟ ଡାଲି, ହଳଦିଆ ଫୁଲ ଓ ହଳଦିଆ ଚନ୍ଦନ ଅର୍ପଣ କରନ୍ତୁ। ଏହା ସହିତ ସେଥିରେ ବ୍ରତ ମଧ୍ୟ ବାନ୍ଧନ୍ତୁ। ଏହାପରେ ଭଗବାନ ବିଷ୍ଣୁଙ୍କୁ ସୁଖ, ସମୃଦ୍ଧି ଓ କଲ୍ୟାଣ ପାଇଁ ପ୍ରାର୍ଥନା କରନ୍ତୁ। ଏପରି କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ।

     

    ବିଷ୍ଣୁ ସହସ୍ରନାମ ପାଠ: ଗୁରୁବାର ଘରର ପୂଜା ସ୍ଥଳରେ ବସି ବିଷ୍ଣୁ ସହସ୍ରନାମ ଅତିକମରେ ଆବୃତ୍ତି କରି ପାଠ କରନ୍ତୁ। ଏହି ପାଠ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି । ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି।

     

     

    ହଳଦିଆ ବସ୍ତୁ ଦାନ: ଗୁରୁବାର ହଳଦିଆ ରଙ୍ଗର ଜିନିଷ ଦାନ କରନ୍ତୁ। ଏହି ଦିନ କଦଳୀ, ହଳଦୀ ଗୁଣ୍ଡ, ହଳଦିଆ ସୋରିଷ, ହଳଦିଆ ରଙ୍ଗର ବସ୍ତୁ ଓ ହଳଦିଆ ମିଠା ଇତ୍ୟାଦି ଦାନ କରିବା ଦ୍ୱାରା ବିଶେଷ ଲାଭ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ।

    ବ୍ରତ କଥା ପାଠ: ଗୁରୁବାର ବୃହସ୍ପତି ଦେବଙ୍କ ବ୍ରତ କଥା ପାଠ କରନ୍ତୁ କିମ୍ବା ଶୁଣନ୍ତୁ। ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ଜୀବନରେ ଶ୍ରୀହରି ବିଷ୍ଣୁଙ୍କ କୃପା ବଜାୟ ରହିଥାଏ । ଜୀବନର ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ।

    ମନ୍ତ୍ର ଜପ: ଓଁ ବୃଂ ବୃହସ୍ପତୟେ ନମଃ ଏବଂ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ରର ପ୍ରଭାବରେ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଭ ହୋଇଥାଏ । ପ୍ରତ୍ୟେକ ଇଚ୍ଛା ପୂରଣ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.3 ° C
    26.3 °
    26.3 °
    80 %
    0.7kmh
    43 %
    Fri
    37 °
    Sat
    38 °
    Sun
    37 °
    Mon
    38 °
    Tue
    33 °

    ସମ୍ବନ୍ଧିତ