Friday, August 21, 2026
24.5 C
Odisha

    ଆକ୍ସନ ମୋଡରେ ବିଜେପୁର ଓ ପଦ୍ମପୁର ପୋଲିସ, ୨୪ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା

    ଆଗକୁ ପଢନ୍ତୁ

    ପଦ୍ମପୁର  : ଆକ୍ସନ ମୋଡରେ ବିଜେପୁର ଓ ପଦ୍ମପୁର ପୋଲିସ । ୨୪ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ଗତକାଲି ବରଗଡ ବିଜେପୁର ବ୍ଲକ ସମଲାଇପଦର ନର୍ସରୀରେ ଥିବା ଏକ କୂଅରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଚାରି ଦିନ ପରେ ପୁରେନା ଗାଁର ତୁଳସୀରାମ ଭୋଇଙ୍କୁ ଉଦ୍ଧାର କରାଯାଇଥିଲା । ଗତ ରବିବାର ପୂର୍ବାହ୍ନରେ ୫ଜଣ ତୁଳସୀରାମଙ୍କୁ ମାଡ଼ ମାରିବା ପରେ ସେ ମରିଗଲା ଭାବି କୂଅରେ ପକାଇ ଚାଲି ଯାଇଥିଲେ । ତୁଳସୀରାମ ୪ ଦିନ ହେଲା କୂଅ ଭିତରେ ଭୋକଉପାସରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଥିଲେ ।  ଏନେଇ ଖବର ପ୍ରସାରଣ ହୋଇଥିଲା ଏବଂ ଖବର ପ୍ରସାରଣର ୨୪ ଘଣ୍ଟା ନ ପୁରୁଣୁ ପୋଲିସ ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା ପରେ ଘଟଣାର ସିନ ରିକ୍ରେଏସନ୍ କରିଛି ।  ସମ୍ବଲପୁର ସାଇଣ୍ଟିଫିକ ଟିମ୍ ଓ ବିଜେପୁର ପୋଲିସ ମିଶି ଘଟଣାସ୍ଥଳରେ ଛାନ୍ ଭିନ ସହ ସିନ ରିକ୍ରିଏସନ ଦେଖିବାକୁ ମିଳିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    92 %
    1.2kmh
    77 %
    Fri
    30 °
    Sat
    26 °
    Sun
    26 °
    Mon
    26 °
    Tue
    31 °

    ସମ୍ବନ୍ଧିତ