Saturday, June 27, 2026
34.7 C
Odisha

    ଆକ୍ସନ ମୋଡ଼ରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ, ୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ

    ଆଗକୁ ପଢନ୍ତୁ

    ବୌଦ୍ଧ : ଆକ୍ସନ ମୋଡ଼ରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ।  ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ୧୦ଜଣ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି । ବିଇଓ ହାଡ଼ିବନ୍ଧୁ ବେହେରା ଅଚାନକ କିଛି ସ୍କୁଲକୁ ଗସ୍ତ କରିଥିଲେ । ଏହି ସମୟରେ ୮ଟି ସ୍କୁଲରେ ୧୦ଜଣ ଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ଦେଖିବାକୁ ପାଇଥିଲେ । ଝରଖମନ ସ୍କୁଲର ସୁରମଣି ମଲ୍ଲିକ, ବାହାଲି ସ୍କୁଲର ଦୟା ହଂସ ଓ ରାଜେନ୍ଦ୍ର ସାମଲ , ସୁରୁଣ୍ଡି ସ୍କୁଲର ପ୍ରଦୀପ ସାହୁ ,ବଲଣ୍ଡା ସ୍କୁଲର ସାଧୁ ଦେହୁରୀ ,ଖରସଙ୍କୁଲୋଇ ସ୍କୁଲର ବୀରେନ୍ଦ୍ର ମହାକୁଡ଼ , ସାକୁସିଙ୍ଗା ସ୍କୁଲର ରଞ୍ଜନ ପାତ୍ର, କଣ୍ଟିଆପଦର ସ୍କୁଲର ବାବୁଲି ସାହୁ ଓ ଜିତେନ୍ଦ୍ର ଡାଳୁଆ ,ଗୋଠସାହି ଜ୍ୟୋତ୍ସାରାଣୀ ମିଶ୍ରଙ୍କ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି । ଏଥିସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ହୋଇଛି । ଏଥିମଧ୍ୟରୁ ଅନେକ ଶିକ୍ଷକ ବିନାସୂଚନାରେ ସ୍କୁଲରେ ଅନୁପସ୍ଥିତ ଥିବା ବେଳେ କିଛି ଜଣ ବିନା ସୂଚନାରେ ଛୁଟି ପୂର୍ବରୁ ସ୍କୁଲରୁ ପଳାଇ ଆସୁଥିଲେ । ଆଉ କିଛି ଶିକ୍ଷକଙ୍କ ଶିକ୍ଷାଦାନରେ ଅବହେଳା ଯୋଗୁ ଏଭଳି ପଦକ୍ଷପ ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.7 ° C
    34.7 °
    34.7 °
    45 %
    2kmh
    63 %
    Sat
    34 °
    Sun
    38 °
    Mon
    35 °
    Tue
    35 °
    Wed
    31 °

    ସମ୍ବନ୍ଧିତ