Saturday, October 31, 2026
21.5 C
Odisha

    କାଲିଠୁ ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ଟିକେଟ ବିକ୍ରି, ୫ ରୁ ଅଫଲାଇନରେ ଟିକେଟ୍ ବିକ୍ରି

    ଆଗକୁ ପଢନ୍ତୁ

    କଟକ : କାଲିଠୁ ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ଟିକେଟ ବିକ୍ରି ।  ଡିସେମ୍ବର ୯ରେ କଟକ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ ପାଇଁ କାଲିଠୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ଡିସେମ୍ବର ୫ରୁ ଅଫଲାଇନରେ ଟିକେଟ୍ ବିକ୍ରି କରାଯିବ । ଅନଲାଇନ୍ ରେ ୨୦୦୦ ଟିକେଟ୍ ଓ ଅଫଲାଇନ୍ ରେ ୧୦ ହଜାର ଟିକେଟ ବିକ୍ରି ହେବ ।

    ବାରବାଟୀ ମ୍ୟାଚ୍ ପାଇଁ ଟିକଟ ଦର ଅପରିବର୍ତ୍ତିତ ରହିଛି। କିନ୍ତୁ କମି ଯାଇଛି ସିଟ୍ ସଂଖ୍ୟା। ଗତ ଫେବ୍ରୁଆରୀ ମ୍ୟାଚରେ ୪୪ ହଜାର ୫୦୦ ସିଟିଂ କାପାସିଟି ଥିଲା। ଏଥର ୪୨ ହଜାର କରାଯାଇଛି। ଏହାସହ ୫୬୦ କମ୍ପ୍ଲିମେଣ୍ଟାରୀ ଟିକେଟ ହ୍ରାସ କରାଯିବ। ଗ୍ୟାଲେରୀ ନଂ-୧, ୩ ପାଇଁ ଟିକେଟ ଦର ୧୧୦୦ ଟଙ୍କା । ଗ୍ୟାଲେରୀ ନଂ-୨,୪ ପାଇଁ ଟିକେଟ ଦର ୯୦୦ ଟଙ୍କା । ଗ୍ୟାଲେରୀ ନଂ ୫- ୧୨୦୦ ଟଙ୍କା, ଗ୍ୟାଲରୀ ନଂ ୭- ୭୦୦ ଟଙ୍କା । ସ୍ପେଶାଲ ଏନକ୍ଳୋଜର- ୬ ହଜାର । ଏସି ବକ୍ସ- ୮ ହଜାର ଟଙ୍କା । ନ୍ୟୁ ପାଭିଲିୟନ- ୧୦ ହଜାର, କର୍ପୋରେଟ ବକ୍ସ-୨୦ ହଜାର ଟଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    98 %
    1.1kmh
    32 %
    Sat
    28 °
    Sun
    28 °
    Mon
    29 °
    Tue
    28 °
    Wed
    28 °

    ସମ୍ବନ୍ଧିତ