Sunday, October 11, 2026
23.6 C
Odisha

    କାଲିଠୁ ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ଟିକେଟ ବିକ୍ରି, ୫ ରୁ ଅଫଲାଇନରେ ଟିକେଟ୍ ବିକ୍ରି

    ଆଗକୁ ପଢନ୍ତୁ

    କଟକ : କାଲିଠୁ ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ଟିକେଟ ବିକ୍ରି ।  ଡିସେମ୍ବର ୯ରେ କଟକ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ ପାଇଁ କାଲିଠୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ଡିସେମ୍ବର ୫ରୁ ଅଫଲାଇନରେ ଟିକେଟ୍ ବିକ୍ରି କରାଯିବ । ଅନଲାଇନ୍ ରେ ୨୦୦୦ ଟିକେଟ୍ ଓ ଅଫଲାଇନ୍ ରେ ୧୦ ହଜାର ଟିକେଟ ବିକ୍ରି ହେବ ।

    ବାରବାଟୀ ମ୍ୟାଚ୍ ପାଇଁ ଟିକଟ ଦର ଅପରିବର୍ତ୍ତିତ ରହିଛି। କିନ୍ତୁ କମି ଯାଇଛି ସିଟ୍ ସଂଖ୍ୟା। ଗତ ଫେବ୍ରୁଆରୀ ମ୍ୟାଚରେ ୪୪ ହଜାର ୫୦୦ ସିଟିଂ କାପାସିଟି ଥିଲା। ଏଥର ୪୨ ହଜାର କରାଯାଇଛି। ଏହାସହ ୫୬୦ କମ୍ପ୍ଲିମେଣ୍ଟାରୀ ଟିକେଟ ହ୍ରାସ କରାଯିବ। ଗ୍ୟାଲେରୀ ନଂ-୧, ୩ ପାଇଁ ଟିକେଟ ଦର ୧୧୦୦ ଟଙ୍କା । ଗ୍ୟାଲେରୀ ନଂ-୨,୪ ପାଇଁ ଟିକେଟ ଦର ୯୦୦ ଟଙ୍କା । ଗ୍ୟାଲେରୀ ନଂ ୫- ୧୨୦୦ ଟଙ୍କା, ଗ୍ୟାଲରୀ ନଂ ୭- ୭୦୦ ଟଙ୍କା । ସ୍ପେଶାଲ ଏନକ୍ଳୋଜର- ୬ ହଜାର । ଏସି ବକ୍ସ- ୮ ହଜାର ଟଙ୍କା । ନ୍ୟୁ ପାଭିଲିୟନ- ୧୦ ହଜାର, କର୍ପୋରେଟ ବକ୍ସ-୨୦ ହଜାର ଟଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ