ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍-୪ ମିଶନ । ଏନେଇ ନାସା ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି। ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ କରାଯିବ ବହୁ ପ୍ରତୀକ୍ଷିତ ଆକ୍ସିଓମ୍-୪ ମିଶନ । ଭାରତୀୟ ସମୟ ୧୨ଟା ୧୦ ମିନିଟରେ ଉତକ୍ଷେପଣ କରାଯିବ। ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ।
ସୂଚନାନୁଯାୟୀ, ଏହା ପୂର୍ବରୁ କିଛି କାରଣକୁ ନେଇ ଉତକ୍ଷେପଣ କରିବାକୁ ୫ଥର ସ୍ଥଗିତ ରଖିଥିଲା NASA । ଯାହା ଷଷ୍ଠ ଥର ପାଇଁ NASA ଉତକ୍ଷେପଣର ତାରିଖ ଧାର୍ଯ୍ୟ କରିଛି । ନାସା କହିଛି ଯେ, ସ୍ପେସଏକ୍ସ ବୁଧବାର ୧୨.୦୧ରେ ଆକ୍ସିଓମ୍-୪ ମିଶନ ଉତକ୍ଷେପଣକୁ ନିର୍ଦ୍ଧାରିତ କରାଯାଇଛି । ଏହି ମିଶନ ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉଡ଼ାଣ କରିବ । କମ୍ପାନୀର ଫାଲକନ୍ ୯ ରକେଟ୍ ରେ ଲଞ୍ଚ ହେବା ପରେ ପାଇଲଟ ଏକ ନୂତନ ସ୍ପେସ୍ଏକ୍ସ ଡ୍ରାଗନ୍ ମହାକାଶଯାନରେ ଯାତ୍ରା କରିବେ । ଏହା ସହିତ ନାସା କହିଛି ଯେ ଜୁନ୍ ୨୬ ତାରିଖ ସକାଳ ୭ଟାରେ ISS ସହିତ ଡକିଂ କରିବ ।
ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କ୍ରୁ ମେମ୍ବର ଭାବେ ରହିଛନ୍ତି । ୧୪ ଦିନିଆ ମିଶନ ସମୟରେ ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ। ଅକ୍ସିଅମ୍ ସ୍ପେସ୍, ସ୍ପେସ୍ X ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ୧୯୮୪ରେ ମହାକାଶ ଯାତ୍ରା କରିଥିଲେ ରାକେଶ ଶର୍ମା । ୪୦ ବର୍ଷ ପରେ ଶୁଭାଂଶୁଙ୍କ ଏହା ଦ୍ବିତୀୟ ମାନବ ମହାକାଶ ଅଭିଯାନ ।
ସୂଚନାଯୋଗ୍ୟ ଉତକ୍ଷେପଣ ପାଇଁ ଜୁନ୍ ୧୯ ଏବଂ ଜୁନ୍ ୨୨ ସ୍ଥିର କରାଯାଇଥିଲା । କିନ୍ତୁ ରୁଷିଆନ୍ ମଡ୍ୟୁଲ୍ ମରାମତି ପରେ ISS କାର୍ଯ୍ୟକାରୀ ମୂଲ୍ୟାଙ୍କନ ପାଇଁ ସ୍ଥଗିତ ରଖାଯାଇଥିଲା । ଯାହାକୁ ନେଇ ନାସା ବର୍ତ୍ତମାନ ଲଞ୍ଚ ତାରିଖକୁ ସ୍ପଷ୍ଟ କରିଛି ।