Friday, October 2, 2026
24.8 C
Odisha

    ଅବକାରୀ ବିଭାଗରେ ୩କୋଟି ୬୭ ଲକ୍ଷ ଟଙ୍କାର ମହାଘୋଟାଲା, ୨୪ ଲକ୍ଷ ଜବତ; ୨ଗିରଫ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଅବକାରୀ ବିଭାଗରେ ୩କୋଟି ୬୭ ଲକ୍ଷ ଟଙ୍କାର ମହାଘୋଟାଲା । ୨୪ ଲକ୍ଷ ନଗଦ ଟଙ୍କା ଜବତ ହେବା ସହ ୨ଗିରଫ । ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି । ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି ଟଙ୍କା ହରିଲୁଟ୍ ଅଭିଯୋଗରେ ସମ୍ବଲପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ ଜୁନିଅର ଆସିଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା । ଏହି ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଏଏସଆଇ ଅଚ୍ୟୁତ ଦେହୁରୀଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି ।

    ୨୦୨୨ ନଭେମ୍ବରରୁ ୨୦୨୫ ଅକ୍ଟୋବର ମଧ୍ୟରେ ଏହି ସରକାରୀ ପାଣ୍ଠିର ଆତ୍ମସାତ କରାଯାଇଥିଲା । ଅଡିଟ୍ ସମୟରେ ଆର୍ଥିକ ଅନିୟମିତତା ଜଣାପଡିବା ପରେ ଅବକାରୀ ବିଭାଗ ପକ୍ଷରୁ ଅଇଁଠାପାଲି ଥାନାରେ ଏତଲା ଦିଆଯାଇଥିଲା। ଅଭିଯୁକ୍ତମାନେ ଆଇଏଫଏମଏସ (IFMS) ପୋର୍ଟାଲ ମାଧ୍ୟମରେ ଜାଲ୍ ସାଙ୍କସନ ଅର୍ଡର ପ୍ରସ୍ତୁତ କରି ପେନସନ ଏବଂ ବକେୟା ଦରମା ବାବଦରେ କୋଟି କୋଟି ଟଙ୍କା ବେଆଇନ ଭାବେ ଉଠାଇ ନେଇଥିଲେ । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨୩ ଲକ୍ଷ ୪୬ ହଜାର ଟଙ୍କା ନଗଦ ଜବତ କରିବା ସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୪୪ ଲକ୍ଷ ଟଙ୍କାକୁ ଫ୍ରିଜ୍ କରି ଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ