Saturday, June 13, 2026
39.2 C
Odisha

    ବିହାରରେ ବିଷାକ୍ତ ମଦ କାଣ୍ଡ, ୪ ମୃତ, ଅନେକ ଅସୁସ୍ଥ

    ଆଗକୁ ପଢନ୍ତୁ

    ବିହାର : ବିହାର ମୋତିହାରୀରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ଜୀବନ ଚାଲିଯାଇଛି । ଅନେକ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହସପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୨ ଜଣଙ୍କ ଦୃଷ୍ଟିଶକ୍ତି ଚାଲିଯାଇଛି । ବିଷାକ୍ତ ମଦ ଯୋଗୁଁ ମୋତିହାରୀର ରଘୁନାଥପୁର ଥାନା ଅଞ୍ଚଳରେ ବାଳଗଙ୍ଗା ଗାଁରେ ଏଭଳି ଘଟଣା ଘଟିଛି ।

    ଖବର ମୁତାବକ, ବୁଧବାର ରାତିରେ ଗାଁର ୩୦-୪୦ ଜଣ ଲୋକ ବିଷାକ୍ତ ମଦପାନ କରିଥିଲେ । ଏହାପରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିଲା । ଆଉ ଅନେକ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ସମୟରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨ ଜଣଙ୍କ ଦୃଷ୍ଟିଶକ୍ତି ଚାଲିଯାଇଛି ।

    ତେବେ ମୃତ୍ୟୁ ବିଷାକ୍ତ ମଦ କି ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି କି ନାହିଁ, ତାହା ଜଣାପଡିନାହିଁ । ମୃତକଙ୍କ ପରିଚୟ ମିଳିଛି । ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଛି । ବିଷାକ୍ତ ମଦ କେଉଁଠୁ ଆସୁଛି, ତାହା ଜାଣିବା ପାଇଁ ପୋଲିସ ଯାଞ୍ଚ ଆରମ୍ଭ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.2 ° C
    39.2 °
    39.2 °
    26 %
    2.7kmh
    46 %
    Sat
    37 °
    Sun
    42 °
    Mon
    41 °
    Tue
    44 °
    Wed
    41 °

    ସମ୍ବନ୍ଧିତ