Friday, October 2, 2026
29.9 C
Odisha

    ଆଖଣ୍ଡଳମଣି ମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ; ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କୁ ସ୍ଥାନାନ୍ତର ପାଇଁ ଘୋଷଣା

    ଆଗକୁ ପଢନ୍ତୁ

    ଆରଡି : ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱ ଓ ପୁଷ୍କରିଣୀ ଚତୁଃପାର୍ଶ୍ଵର ସମ୍ପ୍ରସାରଣ ଓ ପରିକ୍ରମା ମାର୍ଗ ପାଇଁ ପ୍ରଶାସନିକ ପକ୍ଷରୁ ଉଛେଦ ପାଇଁ  ବିସ୍ଥାପନମାନଙ୍କୁ ଡାକବାଜି ଯନ୍ତ୍ର ଦ୍ଵାରା ଘୋଷଣା କରାଯାଇଛି। ବିସ୍ଥାପନ ମାନେ ମଙ୍ଗଳବାର ସମସ୍ତ ଆସବା ପତ୍ର ନେଇ ଅନ୍ୟସ୍ଥାନକୁ ପଳାଇଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ କହିଛନ୍ତି। ଅନ୍ୟପଟେ ବିରୋଧ କରି ବିସ୍ଥାପିତଙ୍କ ମହାମେଳି ବୈଠକ ବସିବା ସହ ସରକାରୀ ନିୟମ ଅନୁଯାୟୀ ବିସ୍ଥାପିତଙ୍କୁ ଜମି ବଦଳରେ ଘର ଉପଯୋଗି ନିମନ୍ତେ ଜମି ନମିଳିଲେ ଜାଗା ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଏପରି ଦାବି ନେଇ ମନ୍ଦିର ସମ୍ମୁଖରେ ଆନ୍ଦୋଳନ ଜାରି ରଖିବା ସହ ବସି ରହିଛନ୍ତି ବିସ୍ଥାପିତ। ଯାହାଫଳରେ ବାବା ଆଖଣ୍ଡଳମଣିଙ୍କ ସେବା ନୀତିରେ ବିଭ୍ରାଟ ଦେଖାଦେଇଛି। ବିସ୍ଥାପିତଙ୍କ କହିବା ଅନୁଯାୟୀ ବାବାଙ୍କ ଦୈନନ୍ଦିନ ସେବା ପୂଜା ନିମନ୍ତେ ବ୍ୟବହୃତ ବାସନ ଓ ପୂଜାସାମଗ୍ରୀ କେଉଁଠି ରଖିବେ ଦୈନନ୍ଦିନ ମନ୍ଦିରକୁ କିପରି ଆଣିବେ ପ୍ରଶ୍ନ କରିଛନ୍ତି। ଏପରିକି ସରକାରୀ ନିୟମ ଅନୁଯାୟୀ ଉଛେଦ କରିବାକୁ କହିଛନ୍ତି ବିସ୍ଥାପିତମାନେ। ପୀଠର ପରିକ୍ରମା ମାର୍ଗ ଓ ଉନ୍ନତି ମୂଳକ କାର୍ଯ୍ୟ କରାଯାଉ ବିସ୍ଥାପିତଙ୍କ ଜୀବନଜୀବିକା ପ୍ରତି ପ୍ରଶାସନ ଉଚିତ ପଦକ୍ଷେପ ନନେଲେ ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପନ ପରିବାର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ